ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍‌ କମିସନର ହେଲେ ମୌସୁମୀ ଲତା ପାଢ଼ୀ

ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍‌ ଜୋନ୍‌ର ଆଞ୍ଚଳିକ ପିଏଫ୍‌ କମିସନର-୨ ଭାବେ ନିଯୁକ୍ତି ପାଇବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଥମ ମହିଳା ଭାବେ ସେ ଅନେକ ପଦରେ ଅବସ୍ଥାପିତ ହୋଇଥିଲେ। ସେ ଥି‌ଲେ ପ୍ରଥମ ମହିଳା ଡିଆର୍‌ ଏନ୍‌ଫୋର୍ସମେଣ୍ଟ ଏବଂ ଓଡ଼ିଶାର ପ୍ରଥମ ମହିଳା ସହକାରୀ ପିଏଫ୍‌ କମିସନର।ଅନେକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସେ ଇତିହାସ ରଚିଛନ୍ତି। ୧୯୯୩ ଏପ୍ରିଲ୍‌ରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଭାବେ ଓମେନ୍‌ସ ଡେଭେଲପ୍‌ମେଣ୍ଟ କର୍ପୋରେସନ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ବର୍ଷକ ପରେ ୧୯୯୪ରେ ‌‌ସେ ଯୋଗାଣ ଇନ୍‌ସପେକ୍ଟର ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଥି‌ଲେ। ମହିଳା ସଶକ୍ତୀକରଣ ପାଇଁ କାମ କରିବା ଏବଂ ସର୍ବାଧିକ ସଦସ୍ୟଙ୍କ ପାଖରେ ସାମାଜିକ ସୁରକ୍ଷା ଲାଭ ପହଂଚାଇବାକୁ ସୁନିଶ୍ଚିତ କରିବା ପାଇଁ ସେ ଗୁରୁତ୍ବାରୋପ କରୁଛନ୍ତି। ତାଙ୍କର ବିଶ୍ବାସ ରହିଛି ‌‌ଯେ ରାଜ୍ୟ ପାଇଁ ସବୁଠୁ ବଡ଼ ଉପହାର ହେଉଛି ପିଲାମାନଙ୍କୁ ଶିକ୍ଷିତ କରିବା। ତାଙ୍କର ଲକ୍ଷ୍ୟ ହେଉଛି ‘ଜଣେ ଜଣକୁ ଶିକ୍ଷିତ କରାନ୍ତୁ’।