ହିଣ୍ଡେନବର୍ଗ ରିପୋର୍ଟ ଅଦାନି ଗ୍ରୁପକୁ ତଳିତଳାନ୍ତ କରିସାରିଲାଣି

 ଆମେରିକୀୟ ସର୍ଟ ସେଲର ହିଣ୍ଡେନବର୍ଗ ରିପୋର୍ଟ ଅଦାନି ଗ୍ରୁପକୁ ତଳିତଳାନ୍ତ କରିସାରିଲାଣି ।  ଆଦାନି ଗ୍ରୁପ୍ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ୪୩ ପ୍ରତିଶତ ହ୍ରାସ ଘଟିଥିବାରୁ ନିବେଶକମାନେ ହଜାର ହଜାର କୋଟି ଟଙ୍କା ହରାଇଲେଣି । ଏଥି ସହିତ କମ୍ପାନୀ ଗୁଡ଼ିକର ମିଳିତ ବଜାର ମୂଲ୍ୟ ୧୦ ହଜାର କୋଟି ଡଲାର ବା ୮ ଳକ୍ଷ କୋଟିରୁ ଅଧିକ ଟଙ୍କା ଖସିଛି । ପୂର୍ବ ସପ୍ତାହରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆଦାନି ଗ୍ରୁପର ବଜାର ମୂଲ୍ୟ ୧୯ . ୨ ଲକ୍ଷ କୋଟି ଟଙ୍କା ଥିଲା । ଏବେ ୧୦ ଦଶମିକ ୮୯ ଲକ୍ଷ କୋଟିକୁ ହ୍ରାସ ପାଇଛି । ଏହା ସହ ଧନୀ ତାଲିକାରେ ଗୌତମ ଆଦାନି ୧୬ ତମ ସ୍ଥାନକୁ ଖସି ଯାଇଛନ୍ତି ।କମ୍ପାନୀ ୨୦ ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ ଅଫର ବା ଏଫପିଓ ପ୍ରତ୍ୟାହାର କରି ଦେଇଛି । ବିକ୍ରି ପାଇଁ ରଖାଯାଇଥିବା ସେୟାରକୁ କିଣିବା ପାଇଁ ଅଧିକ ଲୋକ ଆବେଦନ କରି ସାରିଛନ୍ତି । କିନ୍ତୁ କମ୍ପାନି ଏହି ଏଫପିଓ ବା ଫୋଲୋଅନ ପବ୍ଲିକ ଅଫରକୁ ପ୍ରତ୍ୟାହାର କରିଦେଇଛି ।