ଏସ୍ବିଆଇ ଏଟିଏମ୍ରୁ ସାଢ଼େ ୧୦.୫୯ ଲକ୍ଷ ଲୁଟ୍
ଭୁବନେଶ୍ବର: ଏସ୍ବିଆଇ ଏଟିଏମ୍ରୁ ସାଢ଼େ ୧୦.୫୯ ଲକ୍ଷ ଲୁଟ୍ । ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବରସ୍ଥିତ ଶ୍ୟାମସୁନ୍ଦର ମଠ ନିକଟ ଏସ୍ବିଆଇ ଏଟିଏମ୍କୁ ଗ୍ୟାସ୍ କଟର୍ରେ କାଟି ଦୁର୍ବୃତ୍ତ ୧୦.୫୯ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ତେବେ ସେମାନଙ୍କ ଲୁଟ୍ ସମ୍ପର୍କରେ ପୁଲିସ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ଟେର୍ ପାଇନାହାନ୍ତି। ହେଲେ ଏଥିରେ ୫ରୁ ୬ଜଣ ଲୁଟେରା ସାମିଲ ଥିବା ଅନୁମାନ କରାଯାଉଛି। ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୁଲିସ ଛାନ୍ଭିନ୍ ଜାରି ରଖିଛି। ମେସିନ୍ର କିଛି ଭଗ୍ନାଂଶ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥାଏ। କେହି ମେସିକୁ କାଟି ନେଇଯାଇଥିବା ଅନୁମାନ କରିଥିଲେ। ଏହା ଦେଖି ଗ୍ରାହକ ତୁରନ୍ତ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଖବର ଦେଇଥିଲା। ସେମାନେ ସେଠାରେ ପହଞ୍ଚିବା ପରେ ସିସିଟିଭି ଯାଞ୍ଚ ପାଇଁ କହିଥିଲେ। ଆଶ୍ଚର୍ଯ୍ୟର କଥା ଏଟିଏମ୍ରେ ସିସିଟିଭି ଥିଲେ ବି ସମସ୍ତ ସିସିଟିଭି ଖରାପଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ତେବେ ସିସିଟିଭି ଖରାପ ଥିଲେ ବି କାହିଁକି ସଜଡ଼ାଯାଇନଥିଲା? ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଏଟିଏମ୍ ଟ୍ରାଞ୍ଜାକ୍ସନରୁ ଜଣା ପଡ଼ିଛି ଯେ, ରବିବାର ରାତି ୧୦.୫୭ରେ ଶେଷ ଟ୍ରାଞ୍ଜାକ୍ସନ ହୋଇଥିଲା। ଅର୍ଥାତ ଲୁଟେରାମାନେ ରାତି ୧୦.୫୭ ପରେ ହିଁ ଅପରେସନ୍ ଆରମ୍ଭ କରିଥିଲେ।