LICକୁ ୮୦୬ କୋଟି ଟଙ୍କାର ଜିଏସ୍ଟି ନୋଟିସ୍

ଏଲଆଇସିକୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସ୍ଟିର ସ୍ୱଳ୍ପ ଦେୟ ଅଭିଯୋଗରେ ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାୟ ୮୦୬ କୋଟି ଟଙ୍କା ଦାବିର ନୋଟିସ୍ ପଠାଯାଇଛି ।ସୋମବାର ଦିନ ସେୟାର ବଜାରରେ ଦିଆଯାଇଥିବା ସୂଚନାରେ ଏଲଆଇସି କହିଛି ଯେ, ମହାରାଷ୍ଟ୍ର ରାଜ୍ୟ ପାଇଁ ସୁଧ ଏବଂ ଦଣ୍ଡ ସହିତ ଜିଏସ୍ଟି ସଂଗ୍ରହ ପାଇଁ ଡେପୁଟି କମିଶନରଙ୍କ ଠାରୁ ୮୦୬.୩ କୋଟି ଟଙ୍କା ଜିଏସଟି ନୋଟିସ ମିଳିଛି । କମ୍ପାନୀ ଅନୁଯାୟୀ ମୋଟ ୮୦୬.୩ କୋଟି ନୋଟିସ ମଧ୍ୟରୁ ୩୬୫.୦୨ କୋଟି ଟଙ୍କା ଜିଏସ୍ଟି, ୪୦୪.୭ ଟଙ୍କା ଜରିମାନା ଏବଂ ୩୬.୫ କୋଟି ଟଙ୍କା ସୁଧ ରହିଛି ।ବୀମା କମ୍ପାନୀ କହିଛି ଯେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ମୁମ୍ବାଇର କମିଶନର୍ (ଅପିଲ୍) ଙ୍କ ଆଗରେ ଏଲଆଇସି ଏହି ଆଦେଶ ବିରୋଧରେ ଏକ ଆବେଦନ କରିବ ।