ବିଶ୍ୱର ପ୍ରଥମ ୱୟାରଲେସ୍ ଟ୍ରାନ୍ସପାରେଣ୍ଟ ଟିଭି ଲଞ୍ଚ କରିଛି, ଯାହା ଦେଖିବା ପରେ ଆପଣଙ୍କୁ ଲାଗିବ ନାହିଁ କି ଏହା ଏକ ଟିଭି ବୋଲି ।କମ୍ପାନୀ ପ୍ରତିବର୍ଷ ଏହି ଶୋ’ରେ ଟିଭି ଲଞ୍ଚ କରିଥାଏ । କିନ୍ତୁ ଏଥର କିଛି ଖାସ୍ ରହିଛି । ଏହା ପୂର୍ବ ପରି ଟ୍ରାଡିସନାଲ ଟିଭି ନୁହେଁ ବରଂ କମ୍ପାନୀ ସ୍ୱଚ୍ଛ ଟିଭି OLED T ଲଞ୍ଚ କରିଛି । ଏହା ବ୍ୟତିତ ସାମସଙ୍ଗ ମଧ୍ୟ ଏହାର ସ୍ୱଚ୍ଛ ଟିଭି ପ୍ରଦର୍ଶନ କରିଛି । ଏଲ୍ଜି କନଜ୍ୟୁମର ଇଲେକ୍ଟ୍ରୋନିକ ଶୋ’ ୨୦୨୪ରେ ଏହାର ଏମ୍ ଓ ଜି ସିରିଜ୍କୁ ଅପଡେଟ୍ କରିବା ସହିତ ପ୍ରଥମ ୱୟାରଲେସ୍ ଟ୍ରାନ୍ସପାରେଣ୍ଟ ଟିଭି ପ୍ରଦର୍ଶନ କରିଛି । ଏହି ଟିଭି 4K ରିଜୋଲ୍ୟୁସନ ଓ ଏଲଜିର ୱୟାରଲେସ୍ ଅଡିଓ ଭିଡିଓ ଟେକ୍ନୋଲଜି ସହ ଆସିଥାଏ ।ଏହି ଟିଭିରେ ଏକ କଣ୍ଟ୍ରାଷ୍ଟ ସ୍କ୍ରିନ୍ ଦିଆଯାଇଛି । ଆପଣ ଏହାକୁ କେବଳ ଏକ ବଟନ ଦବାଇ ବାହାରକୁ କିମ୍ବା ଭିତରକୁ ଆଣିପାରିବେ ।ଏହି ଟିଭି କମ୍ପାନୀର ଲାଟେଷ୍ଟ Alpha 11 AI ପ୍ରୋସେସର ସହିତ ଆସୁଛି ଯାହା ପୂର୍ବ ଟିଭି ଅପେକ୍ଷା ୪ଗୁଣ ଅଧିକ ଭଲ ପ୍ରଦର୍ଶନ କରିବ ।କମ୍ପାନୀ କହିଛି ଏହି ଏକ୍ସଟ୍ରା ପାୱାରରୁ ୭୦% ଭଲ ଗ୍ରାଫିକ୍ସ ପ୍ରଦର୍ଶନ ମିଳିବ । ଏହା ସହିତ ପ୍ରୋସେସିଂ ସ୍ପିଡ୍ ୩୦% ଭଲ ରହିବ । OLED T ମଡେଲ କମ୍ପାନୀର ଜିରୋ କନେକ୍ଟ ବକ୍ସ ସହ ଆସିଥାଏ । ଯାହା ପୂର୍ବ ବର୍ଷ M3 OLED ସହିତ ପ୍ରଦର୍ଶନ କରାଯାଇଥିଲା । ଏହି ବକ୍ସ ଭିଡିଓ ଓ ଅଡିଓକୁ ୱୟାରଲେସ୍ ଉପାୟରେ ଟିଭିକୁ ପଠାଇଥାଏ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post