ବିଶ୍ୱର ପ୍ରଥମ ୱୟାରଲେସ୍ ଟ୍ରାନ୍ସପାରେଣ୍ଟ ଟିଭି ଲଞ୍ଚ କରିଛି, ଯାହା ଦେଖିବା ପରେ ଆପଣଙ୍କୁ ଲାଗିବ ନାହିଁ କି ଏହା ଏକ ଟିଭି ବୋଲି ।କମ୍ପାନୀ ପ୍ରତିବର୍ଷ ଏହି ଶୋ’ରେ ଟିଭି ଲଞ୍ଚ କରିଥାଏ । କିନ୍ତୁ ଏଥର କିଛି ଖାସ୍ ରହିଛି । ଏହା ପୂର୍ବ ପରି ଟ୍ରାଡିସନାଲ ଟିଭି ନୁହେଁ ବରଂ କମ୍ପାନୀ ସ୍ୱଚ୍ଛ ଟିଭି OLED T ଲଞ୍ଚ କରିଛି । ଏହା ବ୍ୟତିତ ସାମସଙ୍ଗ ମଧ୍ୟ ଏହାର ସ୍ୱଚ୍ଛ ଟିଭି ପ୍ରଦର୍ଶନ କରିଛି । ଏଲ୍ଜି କନଜ୍ୟୁମର ଇଲେକ୍ଟ୍ରୋନିକ ଶୋ’ ୨୦୨୪ରେ ଏହାର ଏମ୍ ଓ ଜି ସିରିଜ୍କୁ ଅପଡେଟ୍ କରିବା ସହିତ ପ୍ରଥମ ୱୟାରଲେସ୍ ଟ୍ରାନ୍ସପାରେଣ୍ଟ ଟିଭି ପ୍ରଦର୍ଶନ କରିଛି । ଏହି ଟିଭି 4K ରିଜୋଲ୍ୟୁସନ ଓ ଏଲଜିର ୱୟାରଲେସ୍ ଅଡିଓ ଭିଡିଓ ଟେକ୍ନୋଲଜି ସହ ଆସିଥାଏ ।ଏହି ଟିଭିରେ ଏକ କଣ୍ଟ୍ରାଷ୍ଟ ସ୍କ୍ରିନ୍ ଦିଆଯାଇଛି । ଆପଣ ଏହାକୁ କେବଳ ଏକ ବଟନ ଦବାଇ ବାହାରକୁ କିମ୍ବା ଭିତରକୁ ଆଣିପାରିବେ ।ଏହି ଟିଭି କମ୍ପାନୀର ଲାଟେଷ୍ଟ Alpha 11 AI ପ୍ରୋସେସର ସହିତ ଆସୁଛି ଯାହା ପୂର୍ବ ଟିଭି ଅପେକ୍ଷା ୪ଗୁଣ ଅଧିକ ଭଲ ପ୍ରଦର୍ଶନ କରିବ ।କମ୍ପାନୀ କହିଛି ଏହି ଏକ୍ସଟ୍ରା ପାୱାରରୁ ୭୦% ଭଲ ଗ୍ରାଫିକ୍ସ ପ୍ରଦର୍ଶନ ମିଳିବ । ଏହା ସହିତ ପ୍ରୋସେସିଂ ସ୍ପିଡ୍ ୩୦% ଭଲ ରହିବ । OLED T ମଡେଲ କମ୍ପାନୀର ଜିରୋ କନେକ୍ଟ ବକ୍ସ ସହ ଆସିଥାଏ । ଯାହା ପୂର୍ବ ବର୍ଷ M3 OLED ସହିତ ପ୍ରଦର୍ଶନ କରାଯାଇଥିଲା । ଏହି ବକ୍ସ ଭିଡିଓ ଓ ଅଡିଓକୁ ୱୟାରଲେସ୍ ଉପାୟରେ ଟିଭିକୁ ପଠାଇଥାଏ ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
Prev Post
Next Post