ନୂଆଦିଲ୍ଲୀ: ରିଲିଆନ୍ସ ଜିଓ ଭାରତରେ ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି-୨’ ଲଞ୍ଚ୍ କରିଛି । ଏହି ମୋବାଇଲର ମୂଲ୍ୟ ମାତ୍ର ୯୯୯ ଟଙ୍କା ରହିଛି । ଏଥିରେ ଏଚଡି ଭଏସ୍ କଲିଂ, ଏଫଏମ ରେଡିଓ, ୧୨୮ ଜିବିର ଏସଡି ମେମୋରି କାର୍ଡ ସପୋର୍ଟ ଭଳି ଫିଚର ଉପଲବ୍ଧ । ମୋବାଇଲରେ ୪.୫ ସେଣ୍ଟିମିଟରର ଟିଏଫଟି ସ୍କ୍ରିନ୍, ୦.୩ ମେଗାପିକ୍ସେଲର କ୍ୟାମେରା, ୧୦୦୦ଏମଏଚର ବ୍ୟାଟେରୀ, ୩.୫ ଏମଏମର ହେଡଫୋନ ଜ୍ୟାକ୍, ପାୱାରଫୁଲ୍ ଲାଉଡସ୍ପିକର ଏବଂ ଟର୍ଚ ଉପଲବ୍ଧ ରହିଛି । ଜିଓ ଭାରତ ଭି-୨ ମୋବାଇଲ ଗ୍ରାହଙ୍କୁ ଜିଓସିନେମାର ସବସ୍କ୍ରିପ୍ସନ ସହ ଜିଓ ସାଭନର ୮ କୋଟି ଗୀତର ଆକ୍ସେସ ମଧ୍ୟ ମିଳିବ । ଗ୍ରାହକ ଜିଓ-ପେ ଜରିଆରେ ୟୁପିଆଇରେ ଟଙ୍କା ପଠାଇପାରିବେ । ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ୍ ୧୪ ଜିବି ଡାଟା ଏବଂ ଅନଲିମିଟେଡ ଭଏସ୍ କଲ୍ ସୁବିଧା ମିଳିବ । ଏହାର ବାର୍ଷିକ ପ୍ଲାନର ମୂଲ୍ୟ ୧୨୩୪ ଟଙ୍କା ରହିଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ