ନୂଆଦିଲ୍ଲୀ: ରିଲିଆନ୍ସ ଜିଓ ଭାରତରେ ଶସ୍ତା ୪ଜି ଫୋନ୍ ‘ଜିଓ ଭାରତ ଭି-୨’ ଲଞ୍ଚ୍ କରିଛି । ଏହି ମୋବାଇଲର ମୂଲ୍ୟ ମାତ୍ର ୯୯୯ ଟଙ୍କା ରହିଛି । ଏଥିରେ ଏଚଡି ଭଏସ୍ କଲିଂ, ଏଫଏମ ରେଡିଓ, ୧୨୮ ଜିବିର ଏସଡି ମେମୋରି କାର୍ଡ ସପୋର୍ଟ ଭଳି ଫିଚର ଉପଲବ୍ଧ । ମୋବାଇଲରେ ୪.୫ ସେଣ୍ଟିମିଟରର ଟିଏଫଟି ସ୍କ୍ରିନ୍, ୦.୩ ମେଗାପିକ୍ସେଲର କ୍ୟାମେରା, ୧୦୦୦ଏମଏଚର ବ୍ୟାଟେରୀ, ୩.୫ ଏମଏମର ହେଡଫୋନ ଜ୍ୟାକ୍, ପାୱାରଫୁଲ୍ ଲାଉଡସ୍ପିକର ଏବଂ ଟର୍ଚ ଉପଲବ୍ଧ ରହିଛି । ଜିଓ ଭାରତ ଭି-୨ ମୋବାଇଲ ଗ୍ରାହଙ୍କୁ ଜିଓସିନେମାର ସବସ୍କ୍ରିପ୍ସନ ସହ ଜିଓ ସାଭନର ୮ କୋଟି ଗୀତର ଆକ୍ସେସ ମଧ୍ୟ ମିଳିବ । ଗ୍ରାହକ ଜିଓ-ପେ ଜରିଆରେ ୟୁପିଆଇରେ ଟଙ୍କା ପଠାଇପାରିବେ । ଗ୍ରାହକଙ୍କୁ ୨୮ ଦିନର ଭାଲିଡିଟି ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ୍ ୧୪ ଜିବି ଡାଟା ଏବଂ ଅନଲିମିଟେଡ ଭଏସ୍ କଲ୍ ସୁବିଧା ମିଳିବ । ଏହାର ବାର୍ଷିକ ପ୍ଲାନର ମୂଲ୍ୟ ୧୨୩୪ ଟଙ୍କା ରହିଛି ।
Trending
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ