ସାରା ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁ୍ଥିବା ବେଳେ ଅନ୍ୟପଟେ ଦେଶର ଋଣ ଭାର ମଧ୍ୟ ବଢ଼ିବାରେ ଲାଗିଛି । ଦେଶର ମୋଟ କରଜ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ବୃଦ୍ଧି ପାଇଁ ୨.୪୭ ଲକ୍ଷ କୋଟି ଡଲାର ବା ୨୦୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି ।ଏକ ରିପୋର୍ଟ ମୁତାବକ, ଏହା ପୂର୍ବରୁ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ ତିନି ମାସରେ ମୋଟ କରଜ ୨.୩୪ ଲକ୍ଷ କୋଟି ଡଲାର ବା ପାଖାପାଖି ୨୦୦ ଲକ୍ଷ କୋଟି ରହିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେପ୍ଟେମ୍ବର ତିନିମାସରେ କେନ୍ଦ୍ର ସରକାରଙ୍କ କରଜ ୧୬୧.୧ ଲକ୍ଷ କୋଟି ରହିଥିବା ବେଳେ ମାର୍ଚ୍ଚରେ ତାହା ୧୫୦.୪ ଲକ୍ଷ କୋଟିରେ ପହଞ୍ଚିଥିଲା । ଏଥିସହିତ ସେଥିରେ ରାଜ୍ୟମାନଙ୍କର ମୋଟ ୫୦.୧୮ ଲକ୍ଷ କୋଟିର କରଜ ସାମିଲ ରହିଥିଲା ।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post