୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି
ନୂଆଦିଲ୍ଲୀ : ଡାଲିର ମୂଲ୍ୟ କମିଛି । ସରକାରଙ୍କ ଦୃଢ଼ ପଦକ୍ଷେପ ପାଇଁ ଦୁଇ ଦିନ ହେଲା ଡାଲି ମୂଲ୍ୟରେ କମ ହୋଇଛି । ଦର ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ବିଦେଶରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯିବା ଘୋଷଣା ପରେ ଏପରି ଦର କମିଥିବା କୁହାଯାଉଛି । ଏହା ବ୍ୟତୀତ ଦେଶରେ ଡାଲିର ବେଆଇନ ସଂରକ୍ଷଣ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି। ଯାହା ଫଳରେ ଡାଲି ଦର କମିଛି । ଘରୋଇ ବଜାରରେ ଡାଲିର ମୂଲ୍ୟ ବଢ଼଼ିବାରେ ଲାଗିଛି। ଗୋଟିଏ ମାସ ମଧ୍ୟରେ ହରଡ ଡାଲିର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ସରକାର ୨୨ ପ୍ରତିଶତ କଷ୍ଟମ ଡ୍ୟୁଟି ଅର୍ଥାତ ଆମେରିକାରୁ ଆସୁଥିବା ମସୁର ଡାଲି ଉପରେ ଆମଦାନୀ ଶୁଳ୍କ ଲାଗୁ କରିଥାନ୍ତି। ଜି-୨୦ ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭାରତ ଗସ୍ତର ଗୋଟିଏ ଦିନ ପୂର୍ବରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି ଯେ ସରକାର ଡାଲି ଉପରେ ୨୨ ପ୍ରତିଶତ ଆମଦାନୀ ଶୁଳ୍କକୁ ହଟାଇ ଏହାକୁ ଶୂନ କରିଦେଇଛନ୍ତି ।