ସବୁଠାରୁ ଆଗରେ ଫ୍ଲିପକାର୍ଟ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ ରେ ୪୮ ପ୍ରତିଶତ ଭାଗିଦାରୀ ସହିତ ଫ୍ଲିପକାର୍ଟ ବଜାର ଅଗ୍ରଣୀ ଥିଲା। ଫ୍ଲିପକାର୍ଟ ପାଇଁ ମୋବାଇଲ୍ ଏବଂ ପୋଷାକ ହେଉଛି ସବୁଠାରୁ ବଡ ପ୍ଲାଟଫର୍ମ। ରିପୋର୍ଟରେ କୁହାଯାଇଛି ଯେ, ଅନଲାଇନ୍ ସ୍ମାର୍ଟଫୋନ୍ ଏବଂ ଅନ୍ଲାଇନ୍ ଫ୍ୟାଶନ୍ ବଜାରରେ ଫ୍ଲିପକାର୍ଟର ଅଂଶ ଯଥାକ୍ରମେ ୪୮ ପ୍ରତିଶତ ଏବଂ ୬୦ ପ୍ରତିଶତ ହେବ। ୱାଲମାର୍ଟ ଗ୍ରୁପ୍ କମ୍ପାନୀ ଫ୍ଲିପକାର୍ଟ ୪୮ ପ୍ରତିଶତ ବଜାର ଭାଗିଦାରୀ ସହିତ ଇ-ବାଣିଜ୍ୟ ବିଭାଗରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଅନ୍ୟପକ୍ଷରେ, ସଫ୍ଟବ୍ୟାଙ୍କ ସମର୍ଥିତ ମେଶୋ ଦ୍ରୁତ ଗତିରେ ବଢୁଥିବା ଇ-କମର୍ସ ପ୍ଲାଟଫର୍ମ ଭାବରେ ମୁଣ୍ଡ ଟେକିଛି। ଆଲିଆନ୍ସ ବର୍ନଷ୍ଟାଇନଙ୍କ ନିକଟରେ ହୋଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।