ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ

ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ। କାରଣ ଜାନୁଆରୀ ୩୧ ସୁଦ୍ଧା କେଓ୍ବାଇସି ପୂରଣ ନକଲେ, ଅକାମୀ ହୋଇଯିବ ଫାସଟ୍ୟାଗ । ଧୀରେ ଧୀରେ ବିବାଦକୁ ଆସୁଥିବା ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ ଅଭିଯାନରେ ଏକାଧିକ ଫାସଟ୍ୟାଗ୍ ହୋଇଯିବ କଳାତାଲିକାଭୁକ୍ତ। ଏହାକୁ ନେଇ ଏବେଠାରୁ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିଲାଣି। କେନ୍ଦ୍ର ସରକାରଙ୍କ ମନମୁଖୀ ନିୟମ ଯୋଗୁ ଦୁଇ ସପ୍ତାହ ଭିତରେ ଦେଖିବାକୁ ମିଳିପାରେ ନୋଟବନ୍ଦୀ ପରି ଲମ୍ବା ଲାଇନ୍। ବାରମ୍ବାର ନିୟମ ପରିବର୍ତ୍ତନ କରି ଲୋକଙ୍କୁ ଅସୁବିଧାରେ ପକାଇବାରେ ଲାଗିଛି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ । ଗୋଟାଏ ଗାଡ଼ିରେ ଏକାଧିକ ଫାସଟ୍ୟାଗ୍ ଥିଲେ ଜାନୁଆରୀ ୩୧ ପରେ ଗୋଟିଏକୁ ଛାଡ଼ି ଅନ୍ୟ ସବୁ ଫାଷ୍ଟଟ୍ୟାଗ୍ ବ୍ଲାକଲିଷ୍ଟ ହୋଇଯିବ। ଫଳରେ ଫାସଟ୍ୟାଗ୍ ଉପଭୋକ୍ତାଙ୍କୁ ନିକଟସ୍ଥ ଟୋଲ ପ୍ଲାଜା କିମ୍ବା ବ୍ୟାଙ୍କର କଷ୍ଟମର କେୟାର ବାହାରେ ଲମ୍ବାର ଲାଇନରେ ଠିଆ ହେବାକୁ ପଡ଼ିବ। ଗୋଟିଏ ଫାସଟ୍ୟାଗ୍ ଏକାଧିକ ଗାଡ଼ିରେ ବ୍ୟବହାର କରାଯାଇ ପାରିବନି। ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଗାଡ଼ି ମାଲିକଙ୍କୁ ସେମାନଙ୍କ ଫାସଟ୍ୟାଗ୍ ପାଇଁ କେଓ୍ବାଇସି ପୂରଣ କରିବାକୁ ପଡ଼ିବ। ବାଲାନ୍ସ ଥିଲେ ବି ଅସଂପୂର୍ଣ୍ଣ କେଓ୍ବାଇସି ଥିବା ଫାସଟ୍ୟାଗକୁ ନିଷ୍କ୍ରିୟ କରିବା ସହ ବ୍ଲାକଲିଷ୍ଟ କରିଦେବେ ବ୍ୟାଙ୍କ।