ଗତ କିଛିମାସ ହେଲା ଡାଲି ଦର ଲଗାତାର ବୃଦ୍ଧି ପାଇ ଆସୁଛି। ଏବେ ଏଥିରେ ଚାଉଳ, ତେଲ ଏବଂ ଗହମ ଜାତୀୟ ଉତ୍ପାଦ ଯଥା ଅଟା, ସୁଜି ଏବଂ ମଇଦା ଆଦି ଯୋଡ଼ି ହୋଇଯାଇଛି। ଭୁବନେଶ୍ବରରେ ପାଇକାରୀ ବଜାରରେ ଚାଉଳ ଦର ଇତିମଧ୍ୟରେ କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବା କିଲୋପିଛା ୩ରୁ ୪ ଟଙ୍କା ବଢ଼ିଯାଇଛି। ସାଧାରଣ କିସମ ଚାଉଳର ପାଇକାରୀ ମୂଲ୍ୟ ପୂର୍ବରୁ ଯାହା କିଲୋଗ୍ରାମ ପିଛା ୩୧ ଟଙ୍କା ଥିଲା ଏବେ ତାହା ୩୫ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ କ୍ବିଣ୍ଟାଲ ପିଛା ୩୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସୋରିଷ ତେଲ ଦାମ ଗତ କିଛି ଦିନ ଭିତରେ ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ିଯାଇଛି। ସୋରିଷ ତେଲର ଦାମ ପୂର୍ବରୁ ଲିଟର ପିଛା ଯାହା ୧୨୦ ଟଙ୍କା ଥିଲା ବର୍ତ୍ତମାନ ତାହା ୧୩୨ରୁ ୧୩୩ ଟଙ୍କା ହୋଇଛି।ସେହିଭଳି ପାମୋଲିନ ଦର ପୂର୍ବରୁ କିଲୋପିଛା ୮୩ରୁ ୮୪ ଟଙ୍କା ରହିଥିଲାବେଳେ ବର୍ତ୍ତମାନ ତାହା ୮୬ରୁ ୮୭ ଟଙ୍କାରେ ପହଞ୍ଚିଛି। ହରଡ଼, ବୁଟ ଏବଂ ବିରି ଡାଲି ଏବେ ଅଧିକ ଦରରେ ବିକ୍ରି ହେଉଛି। ବିଭିନ୍ନ କିସମ ହରଡ଼ ଡାଲିର ପାଇକାରୀ ମୂଲ୍ୟ ଏବେ କିଲୋପିଛା ୧୬୫ ଟଙ୍କା ୧୮୦ ଟଙ୍କାରେ ବିକ୍ରି ହେଉଛି। ଗତ ୩ରୁ ୬ ମାସର ଦର ଉପରେ ନଜର ପକାଇଲେ କିଲୋପିଛା ହରଡ଼ ଡାଲି ଦର ପ୍ରାୟ ୨୦ରୁ ୩୦ ଟଙ୍କା ବଢ଼ିଯାଇଛି। ବିରି ଡାଲି ମଧ୍ୟ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି। ବିରି ଡାଲି ଏବେ କିଲୋପିଛା ୧୨୦ ଟଙ୍କାରୁ ୧୩୫ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବୁଟ ଡାଲି ଗତ ୩ ମାସ ଭିତରେ କିଲୋପିଛା ୧୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ଏହାର ଦାମ୍ ପାଇକାରୀ ବଜାରରେ କିଲୋଗ୍ରାମ ପିଛା ୭୦ ଟଙ୍କା ଥିବାବେଳେ ଏବେ ୮୦ ଟଙ୍କାରେ ବିକ୍ରି ହେଉଛି। ତେବେ ମୁଗ, ମଟର, ମସୁର ଡାଲି ମୂଲ୍ୟ ସ୍ବାଭାବିକ ରହିଛି। ଗହମ ମୂଲ୍ୟ କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ିଯାଇଛି। ଏହାଫଳରେ ଗହମଜାତୀୟ ଉତ୍ପାଦ ଯଥା ସୁଜି, ଅଟା, ମଇଦା ଆଦି ଦାମ କ୍ବିଣ୍ଟାଲ ପିଛା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ଖୁଚୁରା ବଜାରରେ ଏସବୁ ସାମଗ୍ରୀର ଦାମ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି।
Trending
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
Prev Post
Next Post