ଆର୍‌ଆଇଏଲ୍‌ ର ‘ଗ୍ରାଜୁଏଟ୍‌ ଇଞ୍ଜିନିୟର ଟ୍ରେନି ଶୁଭାରମ୍ଭ

Engineers in demand: Reliance to hire graduates

ଭୁବନେଶ୍ୱର :  ରିଲାଏନ୍ସ ଦେଶର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି। ବିଶେଷକରି ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତାସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା। ଚଳିତ ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନ୍‌ଲାଇନ ମାଧ୍ୟମରେ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମର ପଞ୍ଜୀକରଣ ଅବଧି ୨୦୨୪ ଜାନୁଆରୀ ୧୯ରେ ଶେଷ ହେଉଛି। ଏହା ଅଧୀନରେ କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନଗୁଡିକର କେମିକାଲ (ରସାୟନ), ଇଲେକ୍ଟ୍ରିକାଲ, ମେକାନିକାଲ (ଯାନ୍ତ୍ରିକ) ଓ ଇନ୍‌ଷ୍ଟ୍ରୁମେଶନ ଇଞ୍ଜିନିୟରିଂ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍‌ ବି.ଟେକ୍‌ ଏବଂ ବିଇ ସ୍ନାତକମାନଙ୍କଠାରୁ ଅନ୍‌ଲାଇନ ଆବେଦନ ଆହ୍ବାନ କରାଯାଇଛି।