ମୋଦୀଙ୍କ ତୃତୀୟ ପାଳିରେ ବଡ଼ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଜାରି ରହିବ। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ୨୦୨୪ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ମୋଦୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ପୂରଣ କରିବାକୁ ହେଲେ ଭିତ୍ତିଭୂମି, ଶ୍ରମ ଓ ମାନୁଫାକ୍ଚରିଂ (ବିନିର୍ମାଣ) କ୍ଷେତ୍ରରେ ସଂସ୍କାର ଆଣିବାକୁ ପଡ଼ିବ। ଚତୁର୍ଦଶ ଅର୍ଥ ଆୟୋଗଙ୍କ ସଦସ୍ୟ ଗୋବିନ୍ଦ ରାଓ କହିଛନ୍ତି ଯେ ଏକ ମେଣ୍ଟ ସରକାରରେ ବଡ଼ ସଂସ୍କାର ପଦକ୍ଷେପ ଗ୍ରହଣ କରିବା ସହଜ କାମ ନୁହେଁ। କିନ୍ତୁ ତାହା ଉପରେ ହିଁ ସରକାର ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।ମେଣ୍ଟ ସରକାର ହୋଇଥିବାରୁ ଆଗାମୀ ଦିନରେ ଜନପ୍ରିୟ ଯୋଜନାରେ ବ୍ୟୟ ବଢ଼ିବ। କିନ୍ତୁ ସରକାରଙ୍କ ଲକ୍ଷ୍ୟ ମେଡ୍ ଇନ୍ ଇଣ୍ଡିଆରେ ସଂସ୍କାର ଆଣିବା, ଭିତ୍ତିଭୂମି ଓ ମାନୁଫାକ୍ଚରିଂ କ୍ଷେତ୍ରକୁ ଅଗ୍ରାଧିକାର ଦେବା ଉପରେ ରହିବା ଦରକାର। ଦେଶର ଆର୍ଥିକ ସ୍ଥିତି ବହୁତ ଭଲ ଥିବା ବେଳେ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ସରକାରଙ୍କୁ ଆହୁରି ସୁବିଧାଜନକ ସ୍ଥିତିରେ ରଖିଛି। ସରକାର ଚାହିଲେ ଭିତ୍ତିଭୂମି ବିକାଶରେ ସେହି ଅର୍ଥ ବିନିଯୋଗ କରିପାରିବେ। ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର ଅବସରପ୍ରାପ୍ତ ପ୍ରଫେସର ଗୌତମ ସେନ୍ କହିଛନ୍ତି ଯେ ପ୍ରତିରକ୍ଷାର ଆଧୁନିକୀକରଣ ଓ ସ୍ବଦେଶୀକରଣ ନିଶ୍ଚିତ ରୂପେ ଜାରି ରହିବ। ଜୁଲାଇରେ ଆସିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ରୁ ମୋଦୀ ସରକାର କ’ଣ କରିବାକୁ ଚାହୁଛନ୍ତି ତାହାର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଅନେକ ଅର୍ଥନୀତିଜ୍ଞ ଆକଳନ କରିଛନ୍ତି ଯେ ବଜେଟ୍ରେ ଚାଷୀ ଓ ଗରିବ ଲୋକମାନଙ୍କୁ ପ୍ରାଧାନ୍ୟ ମିଳିବ। ଆସନ୍ତା ପାଞ୍ଚ ବର୍ଷରେ ଦେଶର ଅର୍ଥନୀତି କେଉଁ ଆଡ଼କୁ ଯିବ ତାହା ବଜେଟ୍ରୁ ଜଣାପଡ଼ିବ। ତେବେ ନୂଆ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣାର ପ୍ରଭାବ ପ୍ରତି ସଜାଗ ରହିବାକୁ ପଡ଼ିବ ବୋଲି ସେମାନେ ସତର୍କ କରାଇଛନ୍ତି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି