ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟକୁ ଆଧାର କରି ସିବିଆଇ ତଦନ୍ତ ହେବ କେଜ୍ରିୱାଲ୍ ସରକାରଙ୍କ ବିବାଦୀୟ ‘ଦିଲ୍ଲୀ ଅବକାରୀ ନୀତି । ‘ସିବିଆଇ’ ତଦନ୍ତ କରିବା ଲାଗି ଉପରାଜ୍ୟପାଳ ଭି.କେ. ସାକ୍ସେନା ଆଦେଶ ଦେଇଛନ୍ତି। ଏଥିରେ ଦୁର୍ନୀତି ହୋଇଥିବା କୁହାଯାଇଛି । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ସାକ୍ସେନାଙ୍କ ଅଭିଯୋଗ ଆଧାରରେ ସିବିଆଇ ତଦନ୍ତ କରିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ‘ବିଜେପି’ ନେତାମାନଙ୍କୁ ‘ସବରକର୍ଙ୍କ ସନ୍ତାନ’ କହି ସେ କହିଛନ୍ତି, ମୋ ନେତାମାନେ ହେଉଛନ୍ତି ବ୍ରିଟିସ୍ ଆଗରେ ମଥାନତ ନ କରି ଫାଶୀ ଦଣ୍ଡ ସ୍ବୀକାର କରିଥିବା ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ସନ୍ତାନ।
Trending
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
- ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ