ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି

ନୂଆଦିଲ୍ଲୀ: ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି ଟଙ୍କା । ଆପ ମାଧ୍ୟମରେ ଲୋକଙ୍କୁ ଭଣ୍ଡାଇ ଚୀନ ଆପ ଠକି ଚାଲିଥିଲା । ଏବେ ଇଡି ଏହି ଆପକୁ ବ୍ୟାନ କରିଛି । ସହଜରେ ଅଧିକ ରିଟର୍ଣ୍ଣ ମିଳିବା ଏବଂ ସହଜରେ ଲୋନ ମିଳିବା ଲୋଭ ଦେଖାଇ ଆପ ମାଧ୍ୟମରେ ଟଙ୍କା ଠକିନେଉଥିଲା ଚୀନ କଂପାନି ।  ଅଧିକ ରିଟର୍ଣ୍ଣ  ଚୀନ ଲିଙ୍କ୍ ଥିବା ୩ଟି ଆପ୍ ଭାରତୀୟଙ୍କୁ ପ୍ରାୟ ୧୫୦ କୋଟି ଟଙ୍କା ଠକି ନେଇଛି। ଏହି ଠକେଇ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆପ ଚଳାଉଥିବା କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ୫୯.୪୪ କୋଟି ଟଙ୍କା ଆଦାୟ କରିଛି। ଯେଉଁ ଆପ୍ ଜରିଆରେ ଭାରତୀୟମାନେ ଠକେଇର ଶିକାର ହୋଇଛନ୍ତି, ସେଗୁଡ଼ିକ ମଧ୍ୟରେ ପାୱାର ବ୍ୟାଙ୍କ ଆପ୍, ଟେସ୍ଲା ପାୱାର ବ୍ୟାଙ୍କ ଆପ୍, ଏଜପ୍ଲାନ୍ ରହିଛି। ଏହି ଆପଗୁଡିକ ଗୁଗୁଲ ପ୍ଲେ ଷ୍ଟୋରରେ ତାଲିକାଭୁକ୍ତ ହୋଇଥିବାରୁ ଲୋକେ ଏଥିରେ ଫସିଯାଇଥିଲେ। ଏହି ଆପ୍ ସାହାଯ୍ୟରେ ଚୀନର ଠକମାନେ ଭାରତର ଲୋକଙ୍କୁ ଟାର୍ଗେଟ କରି ଟଙ୍କା ଠକିନେଇଚାଲିଥିଲେ ।  ଗୁଗୁଲ ପ୍ଲେ ଷ୍ଟୋରରେ ଲିଷ୍ଟ ହୋଇଥିବାରୁ ଲୋକମାନେ ଏହି ଆପଗୁଡିକ ଉପରେ ସହଜରେ ବିଶ୍ୱାସ କରୁଥିଲେ ।  ଇଡି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।