ପିଆଜ କିଲୋ ପିଛା ୨୫ ଟଙ୍କାରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

ସରକାର  ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି, ଯେମିତିକି ୨୯ ଅକ୍ଟୋବର, ୨୦୨୩ ରୁ ପ୍ରତି ମେଟ୍ରିକ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମଇପି) ଲାଗୁ କରିବା, ବଫର କ୍ରୟ ପୂର୍ବରୁ ୫.୦୬ ଲକ୍ଷ ଟନ୍ ହୋଇଥିବା ବେଳେ ଅତିରିକ୍ତ ୨ ଲକ୍ଷ ଟନ୍ ବୃଦ୍ଧି କରିବା, ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଖୁଚୁରା ବିକ୍ରି, ଇ – ନାମ ନିଲାମ ଏବଂ ହୋଲସେଲ ବଜାରରେ ବ୍ୟାପକ ବିକ୍ରି ମାଧ୍ୟମରେ ପିଆଜର ନିରନ୍ତର ନିଷ୍କାସନ ।

ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ୍‌, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ଦ୍ୱାରା ପରିଚାଳିତ ଖୁଚୁରା ଦୋକାନ ଏବଂ ମୋବାଇଲ ଭ୍ୟାନ ମାଧ୍ୟମରେ କିଲୋ ପିଛା ୨୫ ଟଙ୍କା ରିହାତି ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରିଛି । ନଭେମ୍ବର ୨ତାରିଖ ସୁଦ୍ଧା ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରରେ ୩୨୯ଟି ରିଟେଲ୍ ପଏଣ୍ଟ ସ୍ଥାପନ କରିଛି, ଯେଉଁଥିରେ ଷ୍ଟେସନ୍ ଆଉଟଲେଟ୍ ଓ ମୋବାଇଲ୍ ଭ୍ୟାନ୍ ରହିଛି । ସେହିପରି ଏନ୍‌ସିସିଏଫ୍ ପକ୍ଷରୁ ୨୦ଟି ରାଜ୍ୟର ୫୪ଟି ସହରରେ ୪୫୭ଟି ରିଟେଲ ପଏଣ୍ଟ ସ୍ଥାପନ କରାଯାଇଛି ।