ହରଡ଼ ଓ ବିରି ଡାଲି ଷ୍ଟକ୍ ସୀମା ହ୍ରାସ କରି ୫୦ ମେଟ୍ରିକ୍ ଟନ୍ କରାଗଲା

ନୂଆଦିଲ୍ଲୀ: ଡାଲି ଦର ବୃଦ୍ଧିକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ପରେ କେନ୍ଦ୍ର ସରକାର କଡା ନିର୍ଦେଶ ଜାରି କରିଛନ୍ତି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୩ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି । ହୋଲସେଲର ମାନଙ୍କ ପାଇଁ ପ୍ରତ୍ୟେକ ଡାଲି ନିମନ୍ତେ ବ୍ୟକ୍ତିଗତ ଭାବେ ଲାଗୁ ହେଉଥିବା ଷ୍ଟକ୍ ସୀମା ୫୦ ମେଟ୍ରିକ୍ ଟନ୍ ହେବ ।  ଖୁଚୁରା ବ୍ୟବସାୟୀ ମାନଙ୍କ ପାଇଁ ୫ ମେଟ୍ରିକ୍ ଟନ୍‌ ରହିବ ।  ପ୍ରତ୍ୟେକ ଖୁଚୁରା ଦୋକାନରେ ୫ ମେଟ୍ରିକ୍ ଟନ୍ ଏବଂ ବଡ଼ ଶୃଙ୍ଖଳା ଖୁଚୁରା ବେପାରୀ ମାନଙ୍କ ପାଇଁ ଡିପୋରେ ୫୦ ମେଟ୍ରିକ୍ ଟନ୍‌ ରହିବ । ମିଲର୍ ମାନଙ୍କ ପାଇଁ ଉତ୍ପାଦନର ଶେଷ ୧ ମାସ ବା ବାର୍ଷିକ ସ୍ଥାପିତ କ୍ଷମତାର ୧୦% ଯାହା ଅଧିକ ଥିବ । ଆମଦାନୀକାରୀଙ୍କ କ୍ଷେତ୍ରରେ ଆମଦାନୀକାରୀମାନେ ସୀମା ଶୁଳ୍କ ମଞ୍ଜୁରୀ ତାରିଖ ଠାରୁ ୩୦ ଦିନରୁ ଅଧିକ ଆମଦାନୀ ଷ୍ଟକ୍ ରଖି ପାରିବେ ନାହିଁ । ହରଡ଼ ଓ ବିରି ଡାଲି ସଂକ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରଚଳିତ ଷ୍ଟକ୍ ସୀମାର ଅବଧିକୁ ସରକାର ୩୦ ଅକ୍ଟୋବର, ୨୦୨୩ ରୁ ୩୧ ଡିସେମ୍ବର, ୨୦୨୩ କୁ ବୃଦ୍ଧି କରିଛନ୍ତି ଏବଂ କେତେକ ଷ୍ଟକ୍ ହୋଲ୍ଡିଂ ସଂସ୍ଥା ପାଇଁ ଷ୍ଟକ୍ ହୋଲ୍ଡିଂ ସୀମା ମଧ୍ୟ ସଂଶୋଧନ କରିଛନ୍ତି ।

ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଡିପୋରେ ହୋଲସେଲର ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବେପାରୀ ମାନଙ୍କ ସହିତ ଷ୍ଟକ୍ ସୀମା ୨୦୦ ମେଟ୍ରିକ୍ ଟନ୍‌ରୁ ୫୦ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି ଏବଂ ମିଲର ମାନଙ୍କ ପାଇଁ ସୀମା ଗତ ୩ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୨୫% ରୁ କମ୍ କରି ଦିଆଯାଇଛି, ଯାହା ବିଗତ ୧ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୧୦%, ଯାହା ତନ୍ମଧ୍ୟରୁ ଅଧିକ ଥିବ ।