କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ରାଜସ୍ଥାନର କୋଟା-ବୁନ୍ଦି ଠାରେ ଏକ ଗ୍ରୀନ୍ ଫିଲ୍ଡ ବିମାନ ବନ୍ଦରର ବିକାଶ ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ର ପ୍ରସ୍ତାବକୁ ଅନୁମୋଦନ କରିଛି।

ଚମ୍ବଲ ନଦୀ କୂଳରେ ଅବସ୍ଥିତ କୋଟା ରାଜସ୍ଥାନର ଶିଳ୍ପ ରାଜଧାନୀ ଭାବରେ ବେଶ୍‍ ଜଣାଶୁଣା । ଏହାବ୍ୟତିତ, କୋଟା ଭାରତର କୋଚିଂ ହବ୍‍ ଭାବେ ମଧ୍ୟ ପ୍ରସିଦ୍ଧ।

ରାଜସ୍ଥାନ ସରକାର ଏକ ଗ୍ରୀନ୍‍ ଫିଲ୍ଡ ବିମାନ ବନ୍ଦର ପାଇଁ ଏଏଆଇକୁ ୪୪୦.୦୬ ହେକ୍ଟର ଜମି ହସ୍ତାନ୍ତର କରିଛନ୍ତି, ଯାହା ଏ-୩୨୧ ଶ୍ରେଣୀର ବିମାନ ଚଳାଚଳ ପାଇଁ ଉପଯୁକ୍ତ ହେବ । ଏହି ପ୍ରକଳ୍ପରେ ବାର୍ଷିକ ୨ ନିଯ଼ୁତ ଯାତ୍ରୀ (ଏମ୍.ପି.ପି.ଏ.) କ୍ଷମତା ସହିତ ବ୍ୟସ୍ତବହୁଳ ସମୟରେ ୧୦୦୦ ଯାତ୍ରୀଙ୍କୁ ପରିଚାଳନା କରିବା, ୨୦,୦୦୦ ବର୍ଗ ମିଟର ଅଞ୍ଚଳରେ ଏକ ଟର୍ମିନାଲ୍ ସୌଧ ନିର୍ମାଣ, ୩୨୦୦ ମିଟର x ୪୫ ମିଟର ଆକାରର ରନଓ୍ବେ, ଏ-୩୨୧ ଶ୍ରେଣିର ବିମାନ ଚଳାଚଳ ପାଇଁ ୭ ପାର୍କିଂ ବେ ସହିତ ଆପ୍ରନ୍, ଦୁଇଟି ଲିଙ୍କ୍ ଟ୍ୟାକ୍ସିଓ୍ବେ, ଏଟିସି ବୈଷୟିକ ବ୍ଲକ୍, ଅଗ୍ନିଶମ କେନ୍ଦ୍ର, କାର୍ ପାର୍କିଂ ଏବଂ ଆନୁସଙ୍ଗିକ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିବ ।

ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ କୋଟାର ପ୍ରାଧାନ୍ୟ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପରେ ପରିଣତ କରିଛି, ଯାହାର ଉଦ୍ଦେଶ୍ୟ ଏହି ଅଞ୍ଚଳରେ ଆଶାନୁରୂପ ଭିଡ ବୃଦ୍ଧିକୁ ସମାଧାନ କରିବା।

Leave a comment