୨ଲକ୍ଷ ୬୦ହଜାର କୋଟିର ବଜେଟ୍

Budget 2024 alphabet letters on marble background

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ ୬୦ହଜାର କୋଟିର ବଜେଟ୍ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିରୁ ପ୍ରାୟ ୯୦ହଜାର କୋଟି ଟଙ୍କା ଅନ୍ତରୀଣ ବଜେଟ୍ ରହିଛି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ୍ ସମ୍ପର୍କରେ ସୂଚନା ଦେଇଥିଲେ। ଏହାକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି। ଏହା ବିଧାନସଭାରେ ଉପସ୍ଥାପନ ହେବାକୁ ଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନି