ଆଦାନୀ-ହିଣ୍ଡେନବର୍ଗ ମାମଲା

ଆଦାନୀ-ହିଣ୍ଡେନବର୍ଗ ମାମଲାକୁ ନେଇ ଚାଲିଛି ଚର୍ଚା ।  ଶୁକ୍ରବାର ନିବେଶକଙ୍କ କ୍ଷତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସର୍ବୋଚ୍ଚ କୋର୍ଟ । ତେବେ  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଣି କରି ଏହି ମାମଲା ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ହିଣ୍ଡେନବର୍ଗ କମ୍ପାନୀର ରିପୋର୍ଟ ଯୋଗୁ ସ୍ୱଳ୍ପ ସମୟ ମଧ୍ୟରେ ବଜାରରେ ଖରାପ ପ୍ରଭାବ ପଡିଛି ।ଏନେଇ ନିବେଶକଙ୍କ ବହୁ ଅର୍ଥ ବୁଡି ଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଧୀନକ ଶ୍ରେଣୀ ସହ ମଧ୍ୟବିତ ପରିବାର ମଧ୍ୟ ସେୟାର ବଜାରରେ ନିବେଶ କରିଛନ୍ତି । ତେବେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବାପରେ ସେୟାର ବଜାରରେ ହ୍ରାସର କାରଣ ଓ ସ୍ଥିତିରେ ସୁଧାର ଆଣିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ତାହା କୋର୍ଟ ଜାଣିବାକୁ ଚାହିଁଛନ୍ତି ।