ପ୍ରତି ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ
ଭୁବନେଶ୍ବର: ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ଆଜି ଐତିହାସିକ ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ । ବ୍ୟାଙ୍କ ନଥିବା ୪ ହଜାର ୩୭୩ ପଞ୍ଚାୟତରେ ଖୋଲିବ CSP PLUS ବ୍ୟାଙ୍କିଂ ଆଉଟଲେଟ୍ । ଏଥିରେ ୧୫ଗୋଟି ବ୍ୟାଙ୍କିଂ ସେବା ମିଳିପାରିବ । ଏଥିପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡ଼ିକୁ ଘର ଯୋଗାଇ ଦେବେ । ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ଏବଂ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏହାଦ୍ବାରା ଗ୍ରାମାଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ ।