୧୯.୭୨ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ସଂଗ୍ରହ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୯,୭୨,୨୪୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି। ୨୦୧୩-୧୪ରେ ହୋଇଥିବା ୭,୨୧,୬୦୪ କୋଟି ଟଙ୍କା ତୁଳନାରେ ଏହା ୧୭୩ ପ୍ରତିଶତ ଅଧିକ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସୂଚନା ଅନୁସାରେ ମୋଟ ଘରୋଇ ଉତ୍ପାଦକୁ ପ୍ରତ୍ୟକ୍ଷ ଟିକସ ଅନୁପାତ ୫.୬୨ ପ୍ରତିଶତରୁ ବୃଦ୍ଧି ପାଇ ୬.୧୧ ପ୍ରତିଶତ ହୋଇଛି। ଟିକସ ସଂଗ୍ରହ ଖର୍ଚ୍ଚ ହ୍ରାସ ପାଇ ୦.୫୧ ପ୍ରତିଶତ ହୋଇଛି। ୨୦୧୩-୧୪ରେ ଦେଶରେ ୩.୮୦ କୋଟି ଆୟକର ରିଟର୍ଣ୍ଣ ଏବଂ ୨୦୨୨-୨୩ରେ ସେହି ସଂଖ୍ୟା ୭.୭୮ କୋଟିକୁ ବୃଦ୍ଧି ପାଇଛି।