୩୦ତାରିଖ ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବନି
ସେପ୍ଟେମ୍ବର ୩୦ ଡେଡଲାଇନ । ଆପଣଙ୍କ ପାଖରେ ଦୁଇ ହଜାର ଟଙ୍କିଆ ନୋଟ ଅଛିକି ? ତେବେ ତୁରନ୍ତ ବ୍ୟାଙ୍କ ଯାଇ ବଦଳାନ୍ତୁ । ୨ ହଜାର ଟଙ୍କା ନୋଟ ଜମା ଓ ବଦଳାଇବାକୁ ଆଉ ୩ ଟି କାର୍ଯ୍ୟ ଦିବସ ରହିଛି। ଆରବିଆଇ ଏ ନେଇ ପୂର୍ବରୁ ଘୋଷଣା କରିଛି । ଏହା ପରେ ବ୍ୟାଙ୍କ ଆଉ ୨ ହଜାର ଟଙ୍କିଆ ନୋଟ ନେବେ ନାହିଁ । ଏବେ ଦୁଇ ହଜାର ଟଙ୍କିଆ ନୋଟ ଜମା ଓ ବଦଳାଇବା ପାଇଁ କୌଣସି କଟକଣା ନାହିଁ । ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ଜମା ଓ ବଦଳ ପାଇଁ ବାକି ରହିଛି ଆଉ ମାତ୍ର ୩ଟି କାର୍ଯ୍ୟଦିବସ। ସେପ୍ଟେମ୍ବର ୧ ସୁଦ୍ଧା ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି ୯୩ପ୍ରତିଶତ ଗୋଲାପୀ ନୋଟ । ତେଣୁ ଏହି ୩ଟି କାର୍ଯ୍ୟଦିବସ ଭିତରେ ବ୍ୟାଙ୍କ ସିଷ୍ଟମକୁ ଏହି ନୋଟ୍ ନ ଆସିଲେ, ୩୦ତାରିଖ ପରେ ବ୍ୟାଙ୍କ ଆଉ ଏହି ୨ ହଜାର ଟଙ୍କିଆ ନୋଟ ନେବନି।