ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତା’ହେଲେ ଶୀଘ୍ର କରନ୍ତୁ । ଏହି ମାସରେ ଧନତେରସ, ଦିୱାଲୀ ଏବଂ ଛଟ୍ ପୂଜା ସହିତ ଅନେକ ପର୍ବ ରହିଛି । ଯଦି ଆପଣଙ୍କର ମଧ୍ୟ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ଅଛି, ତା’ହେଲେ ଏହା ପୂର୍ବରୁ ଛୁଟିଦିନର ତାଲିକା ଯାଞ୍ଚ କରନ୍ତୁ । ବର୍ତ୍ତମାନ ଏହି ସପ୍ତାହ ବ୍ୟାଙ୍କଗୁଡିକ ବୁଧବାର ଏବଂ ଗୁରୁବାର ଦିନ କେବଳ ଦୁଇ ଦିନ ପାଇଁ ଖୋଲିବ । ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର କୌଣସି କାମ ଅଛି ତେବେ ଏହାକୁ କେବଳ ଏହି ୨ ଦିନରେ ଶେଷ କରନ୍ତୁ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ବ୍ୟାଙ୍କ ଛୁଟି ତାଲିକାରେ ରାଜ୍ୟ ଛୁଟି ମଧ୍ୟ ସାମିଲ ରହିଛି । ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ଛୁଟିଦିନରେ ବନ୍ଦ ରହିବ ଏବଂ ବ୍ୟାଙ୍କ ଏହି ସୁବିଧା ଯୋଗାଇ ଦେଇଛି ଯେ ଲୋକମାନେ ମୋବାଇଲ୍ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଘରେ ବସି କାମ କରିପାରିବେ, କିନ୍ତୁ ଏଭଳି ପରିସ୍ଥିତିରେ ଆପଣ ଏଟିଏମରୁ ନଗଦ ଟଙ୍କା ଉଠାଇବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଛୁଟି ପୂର୍ବରୁ କ୍ୟାସର ବ୍ୟବସ୍ଥା କରନ୍ତୁ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ