୩୧ ସୁଦ୍ଧା ଆଧାର-ପାନ୍ ସଂଯୋଗ ନକଲେ ଅଧିକ ଟିଡିଏସ୍‌ କଟିବ

ଚଳିତମାସ ୩୧ ତାରିଖ ସୁଦ୍ଧା ଟିକସଦାତାମାନେ ଆଧାର ସହିତ ପାନ୍‌କୁ ସଂଯୋଗ ନକରିଲେ ସେମାନଙ୍କ ଠାରୁ ଅଧିକ ହାରରେ ଟିଡିଏସ୍‌ ଏବଂ ଟିସିଏସ୍‌ ଆଦାୟ କରାଯିବ। ସାମାଜିକ ଗଣମାଧ୍ୟମରେ ସିବିଡିଟି ପକ୍ଷରୁ ଆଜି ଏ ନେଇ ସାମାଜିକ ଗଣମାଧ୍ୟମରେ ଆଧାର ସହିତ ପାନ୍‌ ସଂଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଠିକ୍‌ ସମୟରେ ଏହାକୁ କରିନେଲେ ୨୦୨୪ ମାର୍ଚ୍ଚ ୩୧ ପୂର୍ବରୁ ହୋଇଥିବା‌ କାରବାରରେ ଅଚଳ ପାନ୍‌ ଯୋଗୁ ଆୟକର ଆଇନ ୧୯୬୧ର ଧାରା ୨୦୬ ଏଏ ଏବଂ ୨୦୬ ସିସିରେ ଅଧିକ ଟିଡିଏସ୍‌ କିମ୍ବା ଟିସିଏସ୍‌ ଆଦାୟ କରାଯିବ ନାହିଁ। ଏ ନେଇ ଗତମାସ ୨୩ ତାରିଖରେ ଜାରି ହୋଇଥିବା ସିବିଡିଟିର ସର୍କୁଲାର ୬/୨୦୨୪କୁ ଦେଖିବା ଲାଗି କୁହାଯାଇଛି।