ଦେଶରେ ମହଙ୍ଗା ହେବ ୟୁଟ୍ୟୁବ ଦେଖିବା । ଏଥିପାଇଁ କମ୍ପାନୀ ଏକ ବଡ଼ ଯୋଜନାରେ ରହିଛି । ତେବେ ଏଣିକି କିଛି ଦେଶରେ ୟୁଟ୍ୟୁବ ଚଳାଇବା କିମ୍ବା ଏଥିରେ ଭିଡିଓ ଦେଖିବା ୟୁଜରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବରୁ କମ୍ପାନୀ ନିଜ ପ୍ଲାଟଫର୍ମରେ ଆଡ୍ ବ୍ଳକର୍ସକୁ ବ୍ୟାନ୍ କରିବା ଆରମ୍ଭ କରିଦେଇଛି । ତେଣୁ ବିଭିନ୍ନ ଦେଶରେ ନିଜ ପ୍ରିମୟମ୍ ସବସ୍କ୍ରିପ୍ସନ ମହଙ୍ଗା କରିପାରେ ୟୁଟ୍ୟୁବ ।ଜାଣି ରଖନ୍ତୁ ପୂର୍ବରୁ ୟୁଟ୍ୟୁବ ପ୍ରିମିୟମ (YouTube Premium) ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ୩ ମାସର ଅତିରିକ୍ତ ପିରିୟଡ ଦେଇଛି କମ୍ପାନୀ । ଏହାପରେ ସେମାନଙ୍କୁ ମାସିକ ସବସ୍କ୍ରିପ୍ସନ ନେବାକୁ ପଡ଼ିବ ବୋଲି ନିୟମ କରିଛି ୟୁଟ୍ୟୁବ । ତେବେ ଏହି ୟୁଟ୍ୟୁବ ପ୍ରିମିୟରରେ ୟୁଜରମାନଙ୍କୁ ଅନେକ ଗୁଡ଼ିଏ ପାଇଦା ମିଳିଥାଏ । ଅଦରକାରୀ ତଥା ବିରକ୍ତ କରୀୁତିବା ବିଭିନ୍ନ ବିଜ୍ଞାପନ ବିନା ଏହି ୟଜରମାନେ ୟୁଟ୍ୟୁବର ମଜା ନେଇପାରିବେ । ଏହାସହିତ ୟୁଟ୍ୟୁବ ପ୍ରିମିୟମରେ ଆହୁରି ଅନେକ ପ୍ରକାରର ସୁବିଧା ଉପଲବ୍ଧ ହୋଇଥାଏ । ୟୁଜର୍ସମାନଙ୍କୁ ୟୁଟ୍ୟୁବ ମ୍ୟୁଜିକ୍ ପାଇଁ ମଧ୍ୟ ଆକ୍ସେସ ମିଳିପାରିବ । ଏହି ପ୍ଲାଟଫର୍ମରେ ବାକଗ୍ରାଉଣ୍ଡ ମ୍ୟୁଜିକ ଫିଚର ମଧ୍ୟ ବ୍ୟବହାର କରିପାରିବେ ୟୁଟ୍ୟୁବ ପ୍ରିମିୟର ୟୁଜର । ତେବେ ଗତକାଲି ୟୁଟ୍ୟୁବ ତରଫରୁ ୭ଟି ଦେଶର ୟୁଜରମାନଙ୍କୁ ୟୁଟ୍ୟୁବ ପ୍ରିମିୟମରେ ଦରବୃଦ୍ଧି ନେଇ ସୂଚନା ଦିଆଯାଇଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post