ହିତାଧିକାରୀଙ୍କ ପାଇଁ ଖୁସି ଖବର
ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ଏହି ଯୋଜନାର ୧୬ତମ କିସ୍ତି ଆସିବାକୁ ଯାଉଛି। ଫେବ୍ରୂଆରି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି। ଦେଶର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଯୋଜନାରେ ହୋଲି ପୂର୍ବରୁ ୧୬ତମ କିସ୍ତିର ୨ ହଜାର ଟଙ୍କା ଫେବ୍ରୁୟାରି ୨୮ ତାରିଖରେ ପଠାଯିବ।ୱେବସାଇଟରେ ଥିବା ବେନିଫିସିୟାରୀ ଅପସନ୍ ରେ କ୍ଲିକ୍ କରି ଏହା ପରେ ପଞ୍ଜିକରଣ ନମ୍ବର ଅବା ଫୋନ ନମ୍ବର ଦେବା ପରେ ଆସୁଥିବା କ୍ୟାପଚା କୋଡ ଏଣ୍ଟ୍ରି କରି ସବମିଟ କଲେ କିସ୍ତିର ଟଙ୍କା ପହଞ୍ଚିଛି କି ନାହିଁ ଅବା କେଉଁଠି ଅଟକି ରହିଛି ସେ ନେଇ ସବିଶେଷ ସୂଚନା ହିତାଧିକାରୀମାନେ ପାଇ ପାରିବେ।