ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୬୧୭ ପଏଣ୍ଟ ହ୍ରାସ ପାଇ ୭୩,୫୦୨ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୩.୧୫ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। ଷ୍ଟକ୍ ବଜାରରେ ପଞ୍ଜୀକୃତ ଥିବା ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩୮୯.୬୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ମଧ୍ୟ ୧୬୧ ପଏଣ୍ଟ ହ୍ରାସ ପାଇ ୨୨,୩୩୨ ପଏଣ୍ଟରେ ବନ୍ଦ ହୋଇଛି। ଆମେରିକାର ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବାକୁ ଯାଉଥିବା ବେଳେ ଦେଶର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇବ। ସେଥିପାଇଁ ନିବେଶକମାନେ ଆଜି ସତର୍କତାର ସହ କାରବାର କରିଥିଲେ। ଆଶଙ୍କା ଭିତରେ ଥିବା ସେୟାରଗୁଡ଼ିକୁ ସେମାନେ ବିକ୍ରି କରିବାରୁ ସେନ୍ସେକ୍ସ ଓ ନିଫ୍ଟିରେ ହ୍ରାସ ଘଟିଥିଲା। ପାୱାର ଗ୍ରିଡ୍, ଟାଟା ଷ୍ଟିଲ୍, ଷ୍ଟେଟ୍ ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ଏନ୍ଟିପିସି ଓ ଏଚ୍ଡିଏଫ୍ସି ବ୍ୟାଙ୍କର ଦାମ୍ ହ୍ରାସ ପାଇଥିବା ବେଳେ ନେସ୍ଲେ ଇଣ୍ଡିଆ, ବଜାଜ୍ ଫିନ୍ସର୍ଭ, ଏସିଆନ୍ ପେଣ୍ଟ୍ସ ଓ ଟେକ୍ ମହିନ୍ଦ୍ରାର ସେୟାର ମୂଲ୍ୟ ହ୍ରାସ ପାଇଛି।
Trending
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
Prev Post
Next Post