ମେଟ୍ରୋ ଟିଭି ଓଡିଶା,୧୨/୨ : ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ବଡ ଝଟକା । ସେବି ଅନିଲ ଅମ୍ବାନୀଙ୍କ ଉପରେ କଟକଣା ଜାରି କରିଛି । ରିପୋର୍ଟ ଅନୁସାରେ, ସେବି ଅନିଲ ଓ ତାଙ୍କ କମ୍ପାନୀ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ବିରୋଧରେ ଠକେଇ ଅଭିଯୋଗ ପାଇଥିଲା । ତେଣୁ ଉଭୟଙ୍କ ଉପରେ ସେୟାର ମାର୍କେଟରେ କାରବାର ଉପରେ କଟକଣା ଲାଗୁ ହୋଇଛି । ଏହି କଟକଣା ୩ ମାସ ଯାଏଁ ବଳବତ୍ତର ରହିବ । ସେହିପରି ଅମିତ ବାପନା, ରବୀନ୍ଦ୍ର ସୁଧାକର ଓ ପିଙ୍କେଶ ଆର ଶାହଙ୍କ ଉପରେ ମଧ୍ୟ କଟକଣା ଲାଗିଛି ।
ପୂର୍ବରୁ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡର ବିରୋଧରେ ଠକେଇ ଅଭିଯୋଗ ହୋଇଥିଲା । ସେବି ନିଜ ଅନ୍ତରୀଣ ଆଦେଶରେ କହିଛି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ କୌଣସି କାରବାର କରିପାରିବ ନାହିଁ । ଏହି କମ୍ପାନୀ ସହ ସମ୍ବନ୍ଧ ରଖୁଥିବା ବ୍ୟକ୍ତି ବିଶେଷ ଓ କମ୍ପାନୀକୁ ରିଲାଏନ୍ସ ହୋମ୍ ସହ ସମ୍ପର୍କ ରଖିବାକୁ ମନା କରାଯାଇଛି । ଏହି କଟକଣା ଆଗାମୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଅନିଲଙ୍କ କମ୍ପାନୀ ରିଲାଏନ୍ସ ହୋମ୍ ଫାଇନାନ୍ସର ସେୟାର ଉପରେ ଚାପ ଅଧିକ ରହିଛି । ସପ୍ତାହର ଶେଷ କାରବାର ଦିନ ସେୟାର ମୂଲ୍ୟ ୧.୪୦ ପ୍ରତିଶତ ହ୍ରାସ ପାଇ ୪.୯୩ ଟଙ୍କାକୁ ଖସି ଆସିଥିଲା । ସେହିପରି କମ୍ପାନୀର ମାର୍କେଟ କ୍ୟାପିଟାଲ ମାତ୍ର ୨୩୮.୮୯ କୋଟି ଟଙ୍କାର ଅଟେ ।