ବମ୍ବେ ଷ୍ଟକ ବଜାର କାରବାର ଲାଗି ବୁଧବାର ଖରାପ ଦିନ ସାବ୍ୟସ୍ତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବା କାରଣରୁ ଏହାର ସୂଚୀ ସେନ୍ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଛି। ଏହି ଝଡ଼ରେ ଗୋଟିଏ ଦିନରେ ୬ ଲକ୍ଷ କୋଟି ଟଙ୍କା ଉଡ଼ିଯାଇଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩୮୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଆଜି ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ କାରବାର ଆରମ୍ଭ ହେବା ପରେ ସେମାନଙ୍କ ସୂଚକାଙ୍କ ସେନ୍ସେକ୍ସ ଓ ନିଫ୍ଟି ବୃଦ୍ଧିର ସହ ଆଗକୁ ବଢ଼ିଥିଲା। ମାତ୍ର କାରବାର ଶେଷ ହେବା ବେଳକୁ ତାହା ଧରାଶାୟୀ ହୋଇଯାଇଥିଲେ। ସେନ୍ସେକ୍ସ ୭୯୦ ପଏଣ୍ଟ୍ ଓ ନିଫ୍ଟି ୨୪୭ ପଏଣ୍ଟ ହରାଇଥିଲା। ଏହି ହ୍ରାସରେ ଲାର୍ଜ କ୍ୟାପ୍ ଓ ମିଡ୍ କ୍ୟାପ୍ ବର୍ଗର ୧୦ ସେୟାର ଗୁରୁତର ଭାବେ ପ୍ରଭାବିତ ହେବାରୁ ନିବେଶକମାନଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଘଟିଛି। ଆଜି ସେନ୍ସେକ୍ସ ୭୨,୩୦୪ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୨୧,୯୫୧ ପଏଣ୍ଟରେ ବନ୍ଦ ହୋଇଛି। ଆଜି ଷ୍ଟକ୍ ବଜାରରେ ଭୋଡାଫୋନ୍ ଆଇଡିଆ, ଗୋଦରେଜ୍ ପ୍ରପର୍ଟିଜ୍, କାନାରା ବ୍ୟାଙ୍କ, ଏସିସି, ୱିପ୍ରୋ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ, ମାରୁତି ସୁଜୁକି, ଆପୋଲୋ ହସ୍ପିଟାଲ୍, ପାୱାରଗ୍ରିଡ୍ କର୍ପୋରେସନ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଆଇସର ମୋଟର୍ସ ଓ ଆଦାନି ଗ୍ରୁପ୍ର ୧୦ଟି ତାଲିକାଭୁକ୍ତ କମ୍ପାନିର ସେୟାର ମୂଲ୍ୟରେ ହ୍ରାସ ଘଟିଛି। ସେହି ସମୟରେ ହିନ୍ଦୁସ୍ତାନ ୟୁନିଲିଭର, ଇନ୍ଫୋସିସ୍, ଟିସିଏସ୍ ଓ ଏୟାରଟେଲ୍ର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post