ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ରହିଛି। ଫଳରେ ସାରା ବିଶ୍ୱରେ ଅନଲାଇନ୍ ସେବା ପ୍ରଭାବିତ ହୋଇଛି। ତେବେ ଧିରେ ଧିରେ ସୁଧୁରୁଛି ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା। ଏଥିପାଇଁ କିଛି ସମୟ ଲାଗିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରେ ଯାତ୍ରୀଙ୍କ ଲମ୍ବା ଲାଇନ ଲାଗିଛି।ବିଶ୍ବବ୍ୟାପୀ ଆଜି ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବିଭ୍ରାଟର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ସାଇବରସିକ୍ୟୁରିଟି ସେବା ପ୍ରଦାନ କରୁଥିବା କମ୍ପାନି କ୍ରାଉଡଷ୍ଟ୍ରାଇକ୍ ସଫ୍ଟୱେର ଅପ୍ଡେଟ୍ କାରଣରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ କାମ କରି ନଥିଲା। ଏଥିଯୋଗୁ ବିମାନ ସେବା ଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ଖବର ପ୍ରସାରଣ, ଷ୍ଟକ୍ ମାର୍କେଟ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି।ବିମାନସେବା କ୍ଷେତ୍ରରେ ବିମାନ ଚଳାଚଳ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ଚେକ୍-ଇନ୍ ଏବଂ ବ୍ୟାଗ୍ ହ୍ୟାଣ୍ଡଲିଂ ସର୍ବାଧିକ ବାଧାପ୍ରାପ୍ତ ହୋଇଛି। ଏୟାରଲାଇନ୍ସ ଭଳି ବିମାନ ବନ୍ଦର ଏବଂ ଅନ୍ୟ ପରିବହନ ବ୍ୟବସ୍ଥା ମଧ୍ୟ ସମାନ ସମସ୍ୟା ଦେଇ ଗତି କରିଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ବାତିଲ ହୋଇଥିବା ବିମାନର ଯାତ୍ରୀଙ୍କୁ ବିମାନ ବନ୍ଦର ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ଧୈର୍ଯ୍ୟ ରଖିବା ଓ ସହଯୋଗ କରିବା ଲାଗି କମ୍ପାନି ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post