ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ବେଞ୍ଚମାର୍କ ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି। ଗୁରୁବାର ନିଫ୍ଟି ନୂତନ ଉଚ୍ଚତାକୁ ସ୍ପର୍ଶ କରିଥିଲା ବେଳେ ଗୁରୁବାର ମଧ୍ୟ ଏହି ଧାରା ଜାରି ରଖିଛି।ଶୁକ୍ରବାର ବଜାର ଖୋଲିବା ପରେ ସେନସେକ୍ସ ୭୫,୫୮୨ ପଏଣ୍ଟ ଛୁଇଁଥିଲା ବେଳେ ନିଫ୍ଟି ପ୍ରଥମଥର ପାଇଁ ୨୩,୦୦୪ ମାର୍କରେ ପହଞ୍ଚିଥିଲା। ସକାଳୁ ସକାଳୁ ସେନସେକ୍ସ ୧୫୫.୬୨ ପଏଣ୍ଟ ବୃଦ୍ଧି ହୋଇଥିଲା ବେଳେ ନିଫ୍ଟି ୩୫.୨୦ ପଏଣ୍ଟ ବୃଦ୍ଧି ପାଇଥିଲା। ଏହି ସମୟରେ ଶେୟାର ବଜାରରେ ୧,୭୩୪ ଶେୟାର ମୂଲ୍ୟ ବଢିଥିଲା ବେଳେ ୧,୦୫୬ ଶେୟାର ହ୍ରାସ ପାଇଥିଲା ଏବଂ ୧୦୦ ଶେୟାର ଅପରିବର୍ତ୍ତିତ ରହିଥିଲା।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post