ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି । ଏହାସହିତ ବିଭିନ୍ନ ରାଜ୍ୟରେ ଗ୍ୟାସ ଦର ଶସ୍ତା ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୩୨ ଟଙ୍କା ହ୍ରାସ ପାଇଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୩୨ ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି ।ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ଶସ୍ତା ହୋଇଛି । ସେହିପରି କୋଲକାତାରେ ୩୨ ଟଙ୍କା ହ୍ରାସ ପାଇଛି କମର୍ସିଆଲ ଗ୍ୟାସ ଦର । ଏହାବ୍ୟତୀତ ମୁମ୍ବାଇରେ ୩୧.୫୦ ଏବଂ ଚେନ୍ନାଇ ୩୦.୫୦ ଟଙ୍କା ହ୍ରାସ କରାଯାଇଛି । ମୂଲ୍ୟ ହ୍ରାସ ପରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୭୯୫ ଟଙ୍କାରୁ ଖସି ୧୭୬୪.୫୦ ଟଙ୍କାରେ ପହଞ୍ଚିଛି । ସେହିପରି କୋଲକାତାରେ ଏହି ଗ୍ୟାସ ଦର ୧୯୧୧ ଟଙ୍କା ପରିବର୍ତ୍ତେ ୧୮୭୯ ଟଙ୍କାରେ ଉପଲବ୍ଧ ହୋଇପାରିବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post