ନୂଆବର୍ଷରେ ମୋଦୀ ସରକାର ଦେଶର ଗରିବ ଓ କୃଷକଙ୍କୁ ଏକ ବଡ଼ ଉପହାର ଦେଇ ପାରନ୍ତି । ଆସନ୍ତା ଏପ୍ରିଲ-ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ।ସୂଚନା ମୁତାବକ, ମୋଦୀ ସରକାର କୃଷକଙ୍କ ଆକାଉଣ୍ଟକୁ ଏଥର ୬ ହଜାର ବଦଳରେ ୮ ହଜାର ଟଙ୍କା ଟ୍ରାନ୍ସଫର କରିପାରନ୍ତି । ଖୁବଶୀଘ୍ର ପିଏମ କିଷାନ ଯୋଜନାର ଅର୍ଥରାଶି ବୃଦ୍ଧି ହେବାର ସମ୍ଭାବନା ରହିଛି । ପୂର୍ବରୁ ହିତାଧିକାରୀଙ୍କୁ ୩ଟି କିସ୍ତିରେ ବର୍ଷକୁ ମୋଟ ୬ ହଜାର ଟଙ୍କା ମିଳୁଥିବା ବେଳେ ନୂଆ ଘୋଷଣା ହେଲେ ହିତାଧିକାରୀଙ୍କୁ ବର୍ଷକୁ ୮ ହଜାର ଟଙ୍କାର ଅର୍ଥରାଶି ମିଳିବ । ଆସନ୍ତା ଫେବୃଆରୀ-ମାର୍ଚ୍ଚ ମଧ୍ୟରେ କେନ୍ଦ୍ର ସରକାର ପିଏମ-କିଷାନ ଯୋଜନାର ୧୬ତମ କିସ୍ତି ଜାରି କରିପାରନ୍ତି ।ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ଗତ ବର୍ଷ ନଭେମ୍ବର ମାସ ୧୫ରେ କେନ୍ଦ୍ର ସରକାର ଏହି ଯୋଜନାର ୧୬ତମ କିସ୍ତି ଜାରି କରିଥିଲେ । ତେଣୁ ଏଥର କେନ୍ଦ୍ର ସରକାର ମଧ୍ୟ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ସେହିପରି ମହଙ୍ଗା ଭତ୍ତା (ଡିଏ)କୁ ନେଇ ମଧ୍ୟ କେନ୍ଦ୍ର ସରକାର କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଡିଏ ଓ ୧୮ ମାସର ବକେୟା ଡିଏ ଉପରେ ମଧ୍ୟ କିଛି ଘୋଷଣା ହୋଇପାରେ ।
Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Prev Post
Next Post