ଲାଭ ଖାଉଛନ୍ତି ତେଲ କମ୍ପାନି

ଆନ୍ତର୍ଜାତିକ ବଜାରରେ ତେଲ ଦରରେ ହେଉଥିବା ହ୍ରାସର ଲାଭରୁ ସାଧାରଣ ଜନତାଙ୍କୁ ବଞ୍ଚିତ କରିଥିବା ସରକାରୀ ତେଲ କମ୍ପାନିଗୁଡ଼ିକୁ ରେକର୍ଡ ଲାଭ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ତିନି ତେଲ କମ୍ପାନି ୮୧,୦୦୦ କୋଟି ଟଙ୍କା ଲାଭ କରିଛନ୍ତି। ୨୦୨୨-୨୩ରେ ସେମାନଙ୍କ ‌ମିଳିତ ବାର୍ଷିକ ଲାଭ ୩୯,୩୫୬ କୋଟି ଟଙ୍କା ଥିଲା। ୨୦୨୩-୨୪ରେ ଇଣ୍ଡିଆନ ଅଏଲ୍‌ ୩୯,୬୧୮.୮୪ କୋଟି ଟଙ୍କା ଲାଭ କରିଛି। ୨୦୨୨-୨୩ରେ କମ୍ପାନିର ଲାଭ ମାତ୍ର ୮୨୪୧.୮୨ କୋଟି ଟଙ୍କା ଥିଲା। ସେହିପରି, ଭାରତ ପେଟ୍ରୋଲିୟମ୍‌ର ଲାଭ ୨୬,୬୭୩.୫୦ କୋଟି ଟଙ୍କା ହୋଇଛି। ୨୦୨୨-୨୩ରେ କମ୍ପାନି ୮୭୮୮.୭୩ କୋଟି ଟଙ୍କା ଲାଭ କରିଥିଲା। ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ଲାଭ ୧୪,୬୯୩.୮୩ କୋଟି ଟଙ୍କା ହୋଇଛି। ୨୦୨୨-୨୩ରେ କମ୍ପାନି ୮୯୭୪ କୋଟି ଟଙ୍କାର କ୍ଷତି ସହିଥିଲା।