ମାର୍ଚ୍ଚ ଏଡିସନ ଫୋନ ଶସ୍ତା
ମେଟ୍ରୋ ଟିଭି ଓଡିଶା (୭.୩ .୨୦୨୨) :
ଆଜିକାଲି ଲୋକମାନେ ସ୍ମାର୍ଟଫୋନ୍ ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି, କିନ୍ତୁ ସବୁ ଲୋକ ମଧ୍ୟ ଏପରି କରିପାରନ୍ତି ନାହିଁ। ବର୍ତ୍ତମାନ ଖାସ କରି ଫୋନ୍ କମ୍ପାନୀ ଗୁଡ଼ିକ ନୂଆ ନୂଆ ଡିଜାଇନ୍ ଫୋନ୍ ତିଆରି କରୁଛନ୍ତି । ସେଥିପାଇଁ ଫୋନ୍ ର ଭଲ ଫିଚର୍ ଦେଖି ଯୁବ ଗୋଷ୍ଟିଙ୍କ ମଧ୍ୟରେ କ୍ରେଜ ବଢୁଛି। ତେବେ ଆଜି ଆମେ ଆପଣଙ୍କୁ ସେହି ୫ଜି ସ୍ମାର୍ଟ୍ ଫୋନ୍ ବିଷୟରେ କହିବୁ ଯାହାର ବର୍ତ୍ତମାନ ଫ୍ଲାଗସିପ୍ ଡିଜାଇନ୍ ରହିଛି ଓ ଏହି ଫୋନ ଗୁଡ଼ିକର ଦାମ୍ ରହିଛି ୩୦ ହଜାରରୁ କମ୍ ଟଙ୍କା। ଆପଣ ୩୦ ହଜାର ଟଙ୍କା ମଧ୍ୟରେ ଅନେକ ବଡ ଫୋନ୍ ପାଇବେ, ଯାହା ଅନେକ ଡିଜାଇନ୍ ସହିତ ପ୍ରିମିୟମ୍ ଫୋନ୍ ସହିତ ସମାନ।

ପ୍ରଥମେ ଆସୁଛି OnePlus Nord CE 2 5G। ଆପଣ ଏହି ଫୋନ୍ ୩୦ ହଜାର ଟଙ୍କା ମଧ୍ୟରେ କିଣିପାରିବେ। OnePlus Nord CE 2 5G ର ଫିଚର୍ ବିଷୟରେ କହିବାକୁ ଗଲେ, ଏହାର AMOLED ଡିସପ୍ଲେ ରହିଛି ଜାହାର ରିଫ୍ରେସ୍ ରେଟ୍ ରହିଛି 90Hz। ଫୋନରେ ମିଡିଆ ଟେକ୍ ଡାଇମେନ୍ସନ୍ 900 ପ୍ରୋସେସର୍ ଦିଆଯାଇଛି । ଏହି ଫୋନରେ ତିନୋଟି ପଛ କ୍ୟାମେରା ଅଛି ଯେଉଁଥିରେ ପ୍ରାଇମେରୀ ଲେନ୍ସ 64 ମେଗାପିକ୍ସେଲ, ଯାହାର ଆପେଚର f / 1.7 ଏବଂ ପିକ୍ସେଲ ଆକାର 0.7 ମାଇକ୍ରୋମିଟର ରହିଛି।

ସେକେଣ୍ଡାରି ଲେନ୍ସ ହେଉଛି 8 ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଏବଂ ଥାର୍ଡ ଲେନ୍ସ ହେଉଛି 2 ମେଗାପିକ୍ସେଲ ମାକ୍ରୋ। 65 ୱାଟ SuperVOOC ଫାଷ୍ଟ ଚାର୍ଜିଂ ପାଇଁ ଏଥିରେ 4500mAh ବ୍ୟାଟେରୀ ଦିଆଯାଇଛି। ଫୋନର ଓଜନ 173 ଗ୍ରାମ ରହିଛି। OnePlus Nord CE 2 5G, ର 6 GB RAM ସହିତ 128 GB ଷ୍ଟୋରେଜ୍ ମୂଲ୍ୟ ୨୩,୯୯୯ ଟଙ୍କା ରଖାଯାଇଛି। ଅନ୍ୟ ଏକ ଭାରିଏଣ୍ଟ 8 GB RAM ସହିତ 128 GB ଷ୍ଟୋରେଜ୍ର ମୂଲ୍ୟ ୨୪,୯୯ ଟଙ୍କା ରହିଛି।