ସରକାରୀ ଟେଲିକମ୍ କଂପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) । କଂପାନିର ଗ୍ରାହକଙ୍କ ବହୁ ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଥିବା ହୋଇଛି ଅଭିଯୋଗ । ହ୍ୟାକର୍ମାନେ କଂପାନିର ସର୍ଭରରେ ପ୍ରବେଶ କରି ତଥ୍ୟ ଚୋରାଇନେବା ସହ ତାହାକୁ ଡାର୍କ ୱେବ୍ରେ ଉପଲବ୍ଧ କରାଇଛନ୍ତି । ସୂଚନା ଅନୁସାରେ ବିଏସ୍ଏନ୍ଏଲ୍ର ଫାଇବର୍ ଓ ଲ୍ୟାଣ୍ଡ୍ଲାଇନ୍ ଗ୍ରାହକଙ୍କ ତଥ୍ୟ ଲିକ୍ ହୋଇଛି । ଯେଉଁଥିରେ ରହିଛି ଗ୍ରାହକଙ୍କ ଇ-ମେଲ୍ ଠିକଣା, ବିଲ୍ ବିବରଣୀ, ଯୋଗାଯୋଗ ନମ୍ବର ଭଳି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ।ଏନେଇ ସରକାରୀ ସାଇବର ନିରାପତ୍ତା ଏଜେନ୍ସି ସିଇଆର୍ଟି-ଇନ୍କୁ ଏହି ଆକ୍ରମଣ ସମ୍ପର୍କରେ ଅବଗତ କରାଯାଇଛି । ସାଇବର ନିରାପତ୍ତା ବିଶେଷଜ୍ଞମାନଙ୍କ ମତରେ ଗ୍ରାହକଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ ହୋଇଥିବାରୁ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରଭାବିତ ହେବାର ଆଶଙ୍କା ରହିଛି ।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Next Post