ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅମ୍ବାନୀ ପରିବାରର ୩ ଉତ୍ତରାଧିକାରୀ କୌଣସି ପାଉଣା ନେବେନାହିଁ। ପୂର୍ବରୁ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୨୦୨୦-୨୧ ଆର୍ଥିକ ବର୍ଷରୁ କମ୍ପାନୀରୁ କୌଣସି ଦରମା ନେଉନାହାନ୍ତି। ଏବେ ତାଙ୍କ ଦୁଇ ପୁଅ ଆକାଶ-ଅନନ୍ତ ଏବଂ ଝିଅ ଈଶା କମ୍ପାନୀର ନିର୍ଦ୍ଦେଶକ ହୋଇଥିଲେ ହେଁ ଦରମା ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେମାନଙ୍କୁ କେବଳ ନିର୍ଦ୍ଦେଶକ ଏବଂ ସମିତି ବୈଠକରେ ସାମିଲ ହେବା ଲାଗି ପାଉଣା ମିଳିବ। କମ୍ପାନୀ ପକ୍ଷରୁ ତାଙ୍କ ନିଯୁକ୍ତି ଉପରେ ଶେୟାରଧାରୀଙ୍କ ମଞ୍ଜୁରି ନେବା ଲାଗି ରଖାଯାଇଥିବା ପ୍ରସ୍ତାବରେ ଏହି ସୂଚନା ଦିଆଯାଇଛି। ତେବେ ଅମ୍ବାନୀଙ୍କ ତିନି ପିଲାଙ୍କୁ ନିର୍ଦ୍ଦେଶକ ବୋର୍ଡରେ ସାମିଲ କରାଯିବା ନେଇ ଅଗଷ୍ଟରେ ଘୋଷଣା କରାଯାଇଥିଲା।
Trending
- ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର
- ଚଳନ୍ତା ଆମ ବସ୍ରେ ଲାଗିଲା ନିଆଁ
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
Prev Post