ଗୁଗଲର GPay ପେମେଣ୍ଟ ଆପ୍ ୪ ଜୁନ୍ ୨୦୨୪କୁ ବନ୍ଦ ହୋଇଯିବ । ତେବେ ଗୁଗଲର ଏହି ପେମେଣ୍ଟ ଆପ୍ ବନ୍ଦ ହୋଇଯିବା ଦ୍ୱାରା ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାରେ ପଡିଯାଇ ପାରନ୍ତି । ତେବେ ଗୁଗଲର ଏହି ନିଷ୍ପତ୍ତି ୨୦୨୨ରେ ଲଞ୍ଚ ହୋଇଥିବା ଗୁଗଲ ୱାଲେଟ୍ କାରଣରୁ ଆସିଛି । ବହୁ ଦେଶରେ ଗୁଗଲ ୱାଲେଟ୍ ସହିତ ଗୁଗଲ ପେ’ ବି କାମ କରୁଛି । ଗୁଗଲ ଏହାର ଷ୍ଟାଣ୍ଡଏଲୋନ୍ GPay ଆପ୍କୁ ବନ୍ଦ କରିବାକୁ ଘୋଷଣା କରିଛି ।ତେବେ ଗୁଗଲ ଏହି ନିଷ୍ପତ୍ତି କେବଳ ଆମେରିକାର ୟୁଜର୍ସଙ୍କ ଲାଗି ନେଇଛି । ୪ ଜୁନ୍ ପରେ ଏହି ଆପ୍ କେବଳ ଭାରତ ଓ ସିଙ୍ଗାପୁରରେ କାମ କରିବ । ଅନ୍ୟଦେଶରେ –ର ଷ୍ଟାଣ୍ଡଏଲୋନ୍ ଆପ୍ ଉପଲବ୍ଧ ରହିବ ନାହିଁ । ଗୁଗଲ ଏହାର ବ୍ଲଗ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇ କହିଛି GPay ଜରିଆରେ କରାଯାଉଥିବା (P2P) ପେମେଣ୍ଟ ଓ ଆକାଉଣ୍ଟ ମ୍ୟାନେଜମେଣ୍ଟକୁ ବନ୍ଦ କରିଦିଆଯିବ । ତେବେ ୟୁଜର୍ସ ସେମାନଙ୍କ GPay ବାଲାନ୍ସକୁ ନିଜ ଆକାଉଣ୍ଟରେ ୪ ଜୁନ୍ ୨୦୨୪ ପରେ ମଧ୍ୟ ଟ୍ରାନ୍ସଫର କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଗୁଗଲ ପେ’ ୱେବସାଇଟ୍ର ଉପଯୋଗ କରିବାକୁ ହେବ ।ଏହାର ବ୍ଲଗରେ ଗୁଗଲ କହିଛି GPay କୁ ଗୁଗଲ ୱାଲେଟ ସହ ୧୮୦ ଦେଶରେ ରିପ୍ଲେସ୍ କରିଦିଆଯାଇଛି । ଗୁଗଲ ପେ’ ସର୍ଭିସକୁ ୟୁଜର ଗୁଗଲ ୱାଲେଟ ଆପ୍ ଜରିଆରେ ଉପଯୋଗ କରିପାରିବେ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post