ଗୁଗଲର GPay ପେମେଣ୍ଟ ଆପ୍ ୪ ଜୁନ୍ ୨୦୨୪କୁ ବନ୍ଦ ହୋଇଯିବ । ତେବେ ଗୁଗଲର ଏହି ପେମେଣ୍ଟ ଆପ୍ ବନ୍ଦ ହୋଇଯିବା ଦ୍ୱାରା ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାରେ ପଡିଯାଇ ପାରନ୍ତି । ତେବେ ଗୁଗଲର ଏହି ନିଷ୍ପତ୍ତି ୨୦୨୨ରେ ଲଞ୍ଚ ହୋଇଥିବା ଗୁଗଲ ୱାଲେଟ୍ କାରଣରୁ ଆସିଛି । ବହୁ ଦେଶରେ ଗୁଗଲ ୱାଲେଟ୍ ସହିତ ଗୁଗଲ ପେ’ ବି କାମ କରୁଛି । ଗୁଗଲ ଏହାର ଷ୍ଟାଣ୍ଡଏଲୋନ୍ GPay ଆପ୍କୁ ବନ୍ଦ କରିବାକୁ ଘୋଷଣା କରିଛି ।ତେବେ ଗୁଗଲ ଏହି ନିଷ୍ପତ୍ତି କେବଳ ଆମେରିକାର ୟୁଜର୍ସଙ୍କ ଲାଗି ନେଇଛି । ୪ ଜୁନ୍ ପରେ ଏହି ଆପ୍ କେବଳ ଭାରତ ଓ ସିଙ୍ଗାପୁରରେ କାମ କରିବ । ଅନ୍ୟଦେଶରେ –ର ଷ୍ଟାଣ୍ଡଏଲୋନ୍ ଆପ୍ ଉପଲବ୍ଧ ରହିବ ନାହିଁ । ଗୁଗଲ ଏହାର ବ୍ଲଗ ପୋଷ୍ଟରେ ଏ ବିଷୟରେ ସୂଚନା ଦେଇ କହିଛି GPay ଜରିଆରେ କରାଯାଉଥିବା (P2P) ପେମେଣ୍ଟ ଓ ଆକାଉଣ୍ଟ ମ୍ୟାନେଜମେଣ୍ଟକୁ ବନ୍ଦ କରିଦିଆଯିବ । ତେବେ ୟୁଜର୍ସ ସେମାନଙ୍କ GPay ବାଲାନ୍ସକୁ ନିଜ ଆକାଉଣ୍ଟରେ ୪ ଜୁନ୍ ୨୦୨୪ ପରେ ମଧ୍ୟ ଟ୍ରାନ୍ସଫର କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଗୁଗଲ ପେ’ ୱେବସାଇଟ୍ର ଉପଯୋଗ କରିବାକୁ ହେବ ।ଏହାର ବ୍ଲଗରେ ଗୁଗଲ କହିଛି GPay କୁ ଗୁଗଲ ୱାଲେଟ ସହ ୧୮୦ ଦେଶରେ ରିପ୍ଲେସ୍ କରିଦିଆଯାଇଛି । ଗୁଗଲ ପେ’ ସର୍ଭିସକୁ ୟୁଜର ଗୁଗଲ ୱାଲେଟ ଆପ୍ ଜରିଆରେ ଉପଯୋଗ କରିପାରିବେ ।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
Prev Post