ବନ୍ଦେଭାରତ ଟ୍ରେନ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନରେ ମିଳୁଥିବା ଏପରି ସୁବିଧାମାନ ନିହାତି ଜାଣିବା ଆବଶ୍ୟକ । କିନ୍ତୁ ସ୍ଲିପର କୋଚର ଭଡ଼ା ସାମାନ୍ୟ ଅଧିକ ଅଟେ । ଅର୍ଥାତ ଏହି ଟ୍ରେନରେ ସାଧାରଣ ଯାତ୍ରୀ ଯାତ୍ରା କରିପାରୁନାହାନ୍ତି । ହେଲେ ସରକାର ଏବେ ଜନସାଧାରଣଙ୍କ ପାଇଁ ସାଧାରଣ ଟ୍ରେନରେ ବନ୍ଦେଭାରତ ପରି ସୁବିଧାମାନ ପ୍ରଦାନ କରିବାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଘୋଷଣା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।ବଜେଟରେ ୪୦ ହଜାର କୋଚକୁ ବନ୍ଦେ ଭାରତ କୋଚ ପରି ରୂପାନ୍ତର କରିବାକୁ ଘୋଷଣା କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ ସାଧାରଣ ଟ୍ରେନରେ ବନ୍ଦେ ଭାରତ ପରି କୋଚ୍ ସ୍ଥାପନ କରାଯିବ, ଏହି ଟ୍ରେନ୍ ଦ୍ୱାରା ଯାତ୍ରା କରୁଥିବା ସାଧାରଣ ଲୋକମାନେ ଆରାମରେ ଯାତ୍ରା କରିପାରିବେ।ରେଳ ମନ୍ତ୍ରଣାଳୟର ପୂର୍ବତନ ଡିଜି ଅନିଲ ସାକ୍ସେନା କହିଛନ୍ତି ଯେ, ସାଧାରଣ କୋଚ ଅପେକ୍ଷା ଏହି କୋଚଗୁଡ଼ିକ ଅଧିକ ସୁରକ୍ଷିତ ରହିବ। ଏହା ସହିତ, ସିଟ ଏବଂ ବର୍ଥ, ଘୋଷଣା ପ୍ରଣାଳୀ, ଶୌଚାଳୟ ଇତ୍ୟାଦି ସୁବିଧାଜନକ ଯାତ୍ରା ପାଇଁ ସାଧାରଣ ଅପେକ୍ଷା ଭଲ ହେବ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post