ବନ୍ଦେ ଭାରତ ଟ୍ରେନର ସୁବିଧା

ଜାଣନ୍ତୁ ଏହାର ସଂପୂର୍ଣ୍ଣ ପ୍ଲାନ

ବନ୍ଦେଭାରତ ଟ୍ରେନ ସମସ୍ତଙ୍କୁ ଖୁବ ପସନ୍ଦ ଆସୁଛି । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନରେ ମିଳୁଥିବା ଏପରି ସୁବିଧାମାନ ନିହାତି ଜାଣିବା ଆବଶ୍ୟକ । କିନ୍ତୁ ସ୍ଲିପର କୋଚର ଭଡ଼ା ସାମାନ୍ୟ ଅଧିକ ଅଟେ । ଅର୍ଥାତ ଏହି ଟ୍ରେନରେ ସାଧାରଣ ଯାତ୍ରୀ ଯାତ୍ରା କରିପାରୁନାହାନ୍ତି । ହେଲେ ସରକାର ଏବେ ଜନସାଧାରଣଙ୍କ ପାଇଁ ସାଧାରଣ ଟ୍ରେନରେ ବନ୍ଦେଭାରତ ପରି ସୁବିଧାମାନ ପ୍ରଦାନ କରିବାର ପ୍ରସ୍ତୁତି ଚଳାଇଛନ୍ତି । ଏହି ଘୋଷଣା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।ବଜେଟରେ ୪୦ ହଜାର କୋଚକୁ ବନ୍ଦେ ଭାରତ କୋଚ ପରି ରୂପାନ୍ତର କରିବାକୁ ଘୋଷଣା କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ ସାଧାରଣ ଟ୍ରେନରେ ବନ୍ଦେ ଭାରତ ପରି କୋଚ୍ ସ୍ଥାପନ କରାଯିବ, ଏହି ଟ୍ରେନ୍ ଦ୍ୱାରା ଯାତ୍ରା କରୁଥିବା ସାଧାରଣ ଲୋକମାନେ ଆରାମରେ ଯାତ୍ରା କରିପାରିବେ।ରେଳ ମନ୍ତ୍ରଣାଳୟର ପୂର୍ବତନ ଡିଜି ଅନିଲ ସାକ୍ସେନା କହିଛନ୍ତି ଯେ, ସାଧାରଣ କୋଚ ଅପେକ୍ଷା ଏହି କୋଚଗୁଡ଼ିକ ଅଧିକ ସୁରକ୍ଷିତ ରହିବ। ଏହା ସହିତ, ସିଟ ଏବଂ ବର୍ଥ, ଘୋଷଣା ପ୍ରଣାଳୀ, ଶୌଚାଳୟ ଇତ୍ୟାଦି ସୁବିଧାଜନକ ଯାତ୍ରା ପାଇଁ ସାଧାରଣ ଅପେକ୍ଷା ଭଲ ହେବ।