ଦେଶରେ ଲୋକସଭା ନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଗଠନ ହୋଇସାରିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦେଶରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଦର ବଢ଼ିଯାଇଛି। ଚାଉଳ ଠାରୁ ଆରମ୍ଭ କରି ଡାଲି, ତେଲ, ଅଟା, ସୁଜି, ମଇଦା ଆଦିର ଦାମ୍ ମହଙ୍ଗା ହୋଇଛି। ଆଳୁ, ପିଆଜ, ଅଦା, ରସୁଣ ସମେତ କଞ୍ଚା ପରିବା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ହରଡ଼ ଡାଲି ମୂଲ୍ୟ ଇତିମଧ୍ୟରେ ସର୍ବାଧିକ ବୃଦ୍ଧି ଘଟିଛି। ଗତ ମାସକ ମଧ୍ୟରେ କିଲୋଗ୍ରାମ ପିଛା ୧୫ରୁ ୨୦ ଟଙ୍କା ବୃଦ୍ଧି ଘଟି ହରଡ଼ ଡାଲି ମୂଲ୍ୟ ପାଇକାରୀ ବଜାରରେ ୧୬୦ରୁ ୧୭୦ ଟଙ୍କା ସ୍ତରରେ ପହଞ୍ଚିଛି। ଏହାଫଳରେ ଖୁଚୁରା ବଜାରରେ ହରଡ଼ ଡାଲି ମଧ୍ୟ ୧୮୦ ଟଙ୍କା ଭଳି ଉଚ୍ଚସ୍ତରରେ ବିକ୍ରି ହେଉଛି। ସେହିଭଳି ବୁଟ ଡାଲି ମୂଲ୍ୟ କିଲୋଗ୍ରାମ ପିଛା ୭୪ ଟଙ୍କାରୁ ବୃଦ୍ଧି ପାଇ ୮୨ ଟଙ୍କା ଛୁଇଁଛି। ବିରି ଡାଲି କିଲୋଗ୍ରାମ ପିଛା ୫ରୁ ୬ ଟଙ୍କା ବଢ଼ିଛି। ମସୁର ଡାଲି ୫ ଟଙ୍କା ବଢ଼ି ୭୫ ଟଙ୍କାରେ ପହଞ୍ଚିଛି।
Trending
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
Prev Post
Next Post