ଫ୍ୟାମିଲି ପେନସନ

ଫ୍ୟାମିଲି ପେନସନ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ମହିଳା କର୍ମଚାରୀଙ୍କ ପତିଙ୍କ ପରିବର୍ତ୍ତେ ସେମାନଙ୍କ ସନ୍ତାନ କିମ୍ବା ପାରିବାରିକ ପେନସନ ପାଇଁ ନାମାଙ୍କିତ କରିବା ପାଇଁ ଅନୁମତି ଦେଇଛନ୍ତି । ପୂର୍ବରୁ ମହିଳାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନଥିଲା । ପ୍ରଥମେ ଫ୍ୟାମିଲି ପେନସନ, ମୃତ ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀଙ୍କ ପତି/ପତ୍ନୀଙ୍କ ପ୍ରଦାନ କରାଯାଉଥିଲା । ତେବେ ଯଦି ହିତାଧିକାରୀ ସନ୍ତାନହୀନ ହୋଇଥାନ୍ତି, ତେବେ ତାଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟ ସଦସ୍ୟ ଏହାର ପାତ୍ର ହୋଇପାରନ୍ତି ।ତେବେ ଯେଉଁ ମହିଳା କର୍ମଚାରୀମାନଙ୍କର ସେମାନଙ୍କ ପତିଙ୍କ ସହ ସମ୍ପର୍କ ଭଲ ନାହିଁ, ସେମାନଙ୍କ ପାଇଁ ଏହି ଯୋଜନା ଉପଲବ୍ଧ କରିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ନୂଆ ନିୟମ ଅନୁସାରେ, ନିଜ ପିଲାମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏ ନେଇ କେନ୍ଦ୍ର କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ତରପରୁ କେନ୍ଦ୍ରୀୟ ସିଭିଲ ସେବା(ପେନସନ) ନିୟମରେ ଏକ ସଂଶୋଧନ ଆଣିଛନ୍ତି । ଏଥିରେ ହିତାଧିକାରୀଙ୍କ ମୃତ୍ୟୁ ପରେ ପତି/ପତ୍ନୀଙ୍କ ସ୍ତାନରେ ପିଲାମାନଙ୍କୁ ଏହି ପେନସନ ପ୍ରଦାନ କରାଯିବ । ସେ କହିଛନ୍ତି ଯେ, ଯଦି ବୈବାହିକ କଳହ ଯୋଗୁଁ ବିବାହ ବିଚ୍ଛେଦ ପରିସ୍ଥିତି ହୋଇଥାଏ, ତେବେ ସେଭଳି କ୍ଷେତ୍ରରେ ଏହି ସଂଶୋଧନ ଲାଗୁ ହୋଇପାରିବ ।