ବିଦେଶୀ ନିବେଶକମାନେ ପୁଣି ଥରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ଭାରତୀୟ ଷ୍ଟକ୍ ବଜାର ପ୍ରଦର୍ଶନ ଉପରେ ଭରସା ପ୍ରକଟ କରିଛନ୍ତି। ଭାରତୀୟ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ କରିଛି। ସେଥିପାଇଁ ମାର୍ଚ୍ଚ ମାସର ପ୍ରଥମ ୧୫ ଦିନରେ ବିଦେଶୀ ନିବେଶକମାନେ ଇକ୍ବିଟି ବଜାରରେ ୪୦,୭୧୦ କୋଟି ଟଙ୍କା ନିବେଶ କରିଛନ୍ତି। ୨୦୨୪ର ପ୍ରଥମ ମାସ ବିଦେଶୀ ନିବେଶକଙ୍କ ଲାଗି ଚଳନୀୟ ଥିଲା। ସେମାନେ ଜାନୁଆରିରେ ପ୍ରାୟ ୨୫,୭୪୩ କୋଟି ଟଙ୍କା ଇକ୍ବିଟି ବଜାରରେ ନିବେଶ କରିଥିଲେ। ମାତ୍ର ଫେବ୍ରୁଆରିରେ ସ୍ଥିତି ଓଲଟିଯାଇଥିଲା। ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଉପରେ ସନ୍ଦେହ ହେବାରୁ ସେମାନେ ଅନ୍ୟତ୍ର ପଳାୟନ କରିଥିଲେ।ବିଦେଶୀ ନିବେଶକମାନେ ଏହି ମାସରେ ମାତ୍ର ୧୫୩୯ କୋଟି ଟଙ୍କା ଭାରତୀୟ ଇକ୍ବିଟି ବଜାରରେ ନିବେଶ କରିଥିଲେ। ସାଧାରଣତଃ ଆମେରିକାର ବଣ୍ଡ୍ ୟିଲ୍ଡ ଆଧାରରେ ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ମାର୍ଚ୍ଚରେ ଷ୍ଟକ୍ ବଜାର ଜରିଆରେ କେତେକ ବଡ଼ ଧରଣର ଡିଲ୍ ହୋଇଥିବାରୁ ନିବେଶ ପରିମାଣ ଅଧିକ ପ୍ରଦର୍ଶିତ ହୋଇଛି। ଏହା ବିଦେଶୀ ନିବେଶକମାନଙ୍କ ଆଚରଣର ପ୍ରକୃତ ପ୍ରତିଫଳନ ନୁହେଁ। କିନ୍ତୁ ନିବେଶରେ ଏହି ବୃଦ୍ଧିର ଧାରା ଆଗାମୀ ଦିନରେ ଜାରି ରହିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁଧ କମ୍ କରିବା ସମ୍ଭାବନା ସୃଷ୍ଟି ହୋଇଛି। ନିର୍ବାଚନକୁ ନେଇ ମଧ୍ୟ ଦେଶରେ ଉତ୍ସାହ ଦେଖାଦେଇଛି।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post