ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମଧେନୁ ଖଦି ଉଲ୍ ପାନିପଥ ପକ୍ଷରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏକ ଆନ୍ତଃ ରାଜ୍ୟ ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏପରିକି ପାଣିପାଗ ଓ ପରିବେଶ ପ୍ରଦର୍ଶନୀ ପାଇଁ ବେଶ୍ ଉତ୍ସାହଜନକ ରହିଥିଲାବେଳେ ସନ୍ଧ୍ୟା ୭.୩୦ରୁ ୯.୩୦ ଘଟିକା ପର୍ଯ୍ୟନ୍ତ ଭିଡ଼ ଅସମ୍ଭାଳ ହେଉଛି। ବିଶେଷକରି ଚଳିତ ଗ୍ରୀଷ୍ମ ପ୍ରବାହ (ଋତୁ) ପାଇଁ ଗ୍ରାହକ ଆକର୍ଷଣୀୟ ଓ ବିଭିନ୍ନ ବର୍ଗର ଆରାମଦାୟକ ପୋଷାକ ସହ ହ୍ୟାଣ୍ଡଲୁମ୍ ପୋଷାକ ପ୍ରତି ବେଶ୍ ଆକୃଷ୍ଟ ହେଉଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ବୟନିକା ସମେତ ପଶ୍ଚିମବଙ୍ଗ,ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା, ତାମିଲନାଡୁ, ବିହାର, ପୁଡୁଚେରୀ, ଆସାମ, କର୍ନାଟକ,ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀର ଭଳି ରାଜ୍ୟର ବ୍ୟବସାୟୀମାନେ ମୋଟ ୭୫ଟି ଷ୍ଟଲ ଜରିଆରେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ ସହ ବିକ୍ରି କରୁଛନ୍ତି। ଅପରପକ୍ଷରେ ଗ୍ରାହକ ଘରକରଣା ସାମଗ୍ରୀ ଓ ସାଜସଜ୍ଜା ପାଇଁ ବିଭିନ୍ନ ପ୍ରକାର ହ୍ୟାଣ୍ଡିକ୍ରାଫ୍ଟ ଉତ୍ପାଦ ସୁଲଭ ମୂଲ୍ୟରେ ପାଇପାରୁଛନ୍ତି।
Trending
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
- ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଏମ୍ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- ବନ୍ଧା ହେଲେ ଡିଏଫ୍ଓ ବାବୁ
- ଆଜି ଠୁ ପ୍ଲାଷ୍ଟିକରେ ପେଟ୍ରାଲ ବିକ୍ରୟ ନିଷେଧ
- ଧନକର ଇସ୍ତଫା ନା ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କଲେ
- ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
Prev Post
Next Post