ପେନ୍ସନ୍ ସିଷ୍ଟମ୍ ରେ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ

ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଜାତୀୟ ପେନ୍ସନ୍ ସିଷ୍ଟମ୍ ଅଧୀନରେ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆଣିଛି। PFRDA ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନୂତନ ନିୟମ ଫେବୃଆରୀ ୧, ୨୦୨୪ ରୁ କାର୍ଯ୍ୟକାରୀ ହେବ। NPS ର ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ କୌଣସି NPS ଆକାଉଣ୍ଟଧାରୀଙ୍କୁ ସମୁଦାୟ ଜମା ରାଶିର ୨୫ ପ୍ରତିଶତରୁ ଅଧିକ ଟଙ୍କା ଉଠାଇବାକୁ ଦିଆଯିବ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ।

କେବେ କରିବେ ଏନପିଏସ ଆକଉଁଣ୍ଟରୁ ଆଂଶିକ Withdrawal:
PFRDA ଅନୁଯାୟୀ ଏନପିଏସ ଖାତାଧାରକଙ୍କୁ କେବଳ କିଛି ଖାସ ପରିସ୍ଥିତିରେ ହିଁ ଏନପିଏସ ଖାତାରୁ Withdrawalର ସୁବିଧା ମିଳୁଛି ।
-ଏନପିଏସ ଖାତାରୁ ପିଲାମାନଙ୍କ ପାଠ ପଢା ଏବଂ ବିବାହ ଖର୍ଚ୍ଚ ପାଇଁ ଟଙ୍କା ଉଠାଇପରିବେ ।
-ଘର କିଣିବା ପାଇଁ
-ମେଡିକାଲ ଏମରଜେନ୍ସି ପାଇଁ
-ବିକଳାଙ୍ଗ ବା ଶାରୀରିକ ଅକ୍ଷମତା ପାଇଁ ହଠାତ ହେଉଥିବା ଖର୍ଚ୍ଚରେ ଆକାଉଁଣ୍ଟରୁ ଟଙ୍କା ଉଠାଇପାରିବେ ।
-ନିଜର ଦକ୍ଷତାକୁ ବିକାଶ କରିବା ପାଇଁ ଟଙ୍କା ଏନପିଏସ ଖାତାରୁ ଉଠାଇ ପାରିବେ ।
-ଷ୍ଟାର୍ଟଅପ ବା ବିଜନେସ ଆରମ୍ଭ କରିବା ପାଇଁ ମଧ୍ୟ ଏନପିଏସ ୱିଡ୍ରଆଲର ସୁବିଧା ମିଳିବ ।

ଏନପିଏସ Withdrawal ପାଇଁ ପୂରଣ କରିବାକୁ ହେବ ଏହି ସର୍ତ୍ତମାନ:
-ଏନପିଏସ ଆକାଉଁଣ୍ଟରୁ ୨୫ ପ୍ରତିଶତ ରାଶିର Withdrawal ପାଇଁ ଆପଣଙ୍କ ଆକାଉଁଣ୍ଟ ୩ ବର୍ଷ ପୁରୁଣା ହୋଇଥିବା ଆବଶ୍ୟକ ।
– Withdrawal କରୁଥିବା ରାଶି ଆପଣଙ୍କ ସମୁଦାୟ ରାଶିର ଏକ ଚତୁର୍ଥାଂଶ ଭାଗରୁ ଅଧିକ ହୋଇନଥିବା ଆବଶ୍ୟକ ।
କିପରି ଉଠାଇବେ ଟଙ୍କା:
ଏନପିଏସ ଆକାଉଁଣ୍ଟରୁ ଟଙ୍କା ଉଠାଇବା ପାଇଁ ସର୍ବ ପ୍ରଥମେ Withdrawal ରିକ୍ୱେଷ୍ଟ ପକାଇବାକୁ ପଡିବ । ଏଥିସହ ଆପଣଙ୍କୁ ଟଙ୍କା ବାହାର କରିବାର କାରଣ ଦେବାକୁ ପଡିବ ।