ନୂଆ ବର୍ଷର ଆରମ୍ଭରୁ ବନ୍ଦ ରହିବ ବ୍ୟାଙ୍କ ସେବା

ନୂଆ ବର୍ଷର ଆରମ୍ଭରୁ ବନ୍ଦ ରହିବ ବ୍ୟାଙ୍କ ସେବା

ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆଉ କିଛିଟା ଦିନ ଭିତରେ ଆମଠୁ ବିଦାୟ ନେବ ୨୦୨୧ । ନୂଆ ବର୍ଷର ନୂଆ ଆରମ୍ଭରେ ବ୍ୟାଙ୍କର ସେବା ବନ୍ଦ ରହୁଛି ।ଏଥିନେଇ ସୂଚନା ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ୬ଦିନ ବ୍ୟାଙ୍କ ଛୁଟି ରହିଛ ।ବ୍ୟାଙ୍କ କର୍ମଚାରୀଙ୍କ ପାର୍ଟ ଏବେ ବଡ଼ଦିନ ଠାରୁ ଆରମ୍ଭ ହୋଇ ଜାନୁଆରୀ ୨ ଯାଏଁ ଚାଲିବ। ବ୍ୟାଙ୍କ ନ୍ୟାସନାଲ ଛୁଟି ବ୍ୟତୀତ କେତେକ ରାଜ୍ୟରେ ରିଜିଓନାଲ ହଲିଡେଜ ବି ରହିଛି। ୨୦୨୧ ମସିହାର ବଳକା କିଛି ଦିନ ଦେଖିଲେ ଶୁକ୍ରବାର ଠାରୁ ହିଁ ଛୁଟି ଆରମ୍ଭ ହୋଇଯାଇଛି। ୨୫ ଡିସେମ୍ବର ମାସର ଚତୁର୍ଥ ଶନିବାର ଯୋଗୁ ଛୁଟି ଥିବା ବେଳେ ୨୬ ଡିସେମ୍ବର ମଧ୍ୟ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିଛି। ଏଣୁ ଏହି ୨ ଦିନ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିଛି।ଏହା ପର ୨୭ ଡିସେମ୍ବରରେ ମିଜୋରାମ୍ରେ କ୍ରିସ୍ମାସ ସେଲିବ୍ରେସନ୍ ପାଇଁ ଛୁଟି ରହିଛି। ୩୦ ଡିସେମ୍ବରରେ ମେଘାଳୟରେ ୟୁ କିୟାଙ୍ଗ୍ ନାଙ୍ଗବାହ ଉପଲକ୍ଷେ ବ୍ୟାଙ୍କ ବନ୍ଦ ରହିବ। ମାସର ଶେଷ ଦିନ ଡିସେମ୍ବର ୩୧ରେ ମିଜୋରାମରେ ନୂଆ ବର୍ଷର ପୂର୍ବ ସନ୍ଧ୍ୟା ଯୋଗୁ ବ୍ୟାଙ୍କ ବନ୍ଦ ରହିବ।

ସେହିପରି ନୂଆବର୍ଷର ଆରମ୍ଭ ବି ଶନିବାର ଠାରୁ ହେଉଛି। ବର୍ଷର ପ୍ରଥମ ଦିନ ହୋଇଥିବାରୁ ନୂଆ ବର୍ଷ ଯୋଗୁ ଜାନୁଆରୀ ୧ ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ପୂରା ଦେଶରେ ଲାଗୁ ହେବ। ଏହା ପରଦିନ ଜାନୁଆରୀ ୨ ତାରିଖ ରବିବାର ପଡ଼ୁଥିବାରୁ ସେଦିନ ବି ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଗ୍ରାହକମାନେ ଅନ୍ଲାଇନ୍ ଜରିଆରେ ନିଜ ବ୍ୟାଙ୍କ କାମ ଆରାମରେ କରିପାରିବେ।ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁସାରେ, ଜାନୁଆରୀ ୨୦୨୨ରେ ସପ୍ତାହାନ୍ତ ଛୁଟି ବ୍ୟତୀତ ୯ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଥିରୁ କିଛି ଛୁଟି ପୂରା ଦେଶରେ ଲାଗୁ ହେଉଥିବା ବେଳେ ଆଉ କିଛି କେବଳ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଲାଗୁ ହେଉଛି।