୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ବିଜେପିର ଏହି ସଫଳତା ପରେ କେବଳ ଶେୟାର ବଜାର ଉତ୍ସାହିତ ହୋଇ ନାହିଁ, କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ବଡ଼ ଆଶା ବାନ୍ଧିଛନ୍ତି । ତେଣୁ ଆସନ୍ତା ୨୦୨୪ ନୂଆ ବର୍ଷ ଆରମ୍ଭ ହେବା ଅବସରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି ।ସାଧାରଣ ଭାବେ ପ୍ରତିବର୍ଷ କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଥାନ୍ତି । ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇଥାନ୍ତି । ତେବେ ପ୍ରଥମ ୬ ମାସ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି ଏପରି ହୁଏ, ତେବେ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚିଯିବ । ଏହାଫଳରେ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ (ଏଚଆରଏ) ମଧ୍ୟ ବୃଦ୍ଧି ଘଟିବ ।ଏଆଇସିପିଆଇ ଇଣ୍ଡେକ୍ଟ ମୁତାବକ, ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ସୂଚକାଙ୍କ ୧୩୮.୪ ଅଙ୍କରେ ରହିଥିଲା । ମାତ୍ର ମାସକ ମଧ୍ୟରେ ଏହି ଇଣ୍ଡେକ୍ସରେ ୦.୯ ଅଙ୍କ ବୃଦ୍ଧି ପାଇଛି । ତେବେ ନଭେମ୍ବର ଓ ଡିସେମ୍ବର ମାସର ଅଙ୍କ ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ତା’ ପ୍ୟାଟର୍ଣ୍ଣ ଏକ ନୂଆ ସୂଚନା ଦେଇଛି । ୨୦୨୪ ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାରେ ସବୁଠାରୁ ଅଧିକ ବୃଦ୍ଧି ହୋଇପାରେ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Next Post