ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ ଏହି ରେକର୍ଡ ୨୩,୪୧୧.୯୦ ପଏଣ୍ଟ ରହିଥିଲା । ଦୁଇଦିନ ତଳେ ଅର୍ଥାତ ସପ୍ତାହର ଆରମ୍ଭ ସୋମବାର ଦିନ ସେନ୍ସେକ୍ସ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା । ପ୍ରଥମ ଥର ପାଇଁ ୭୭ ହଜାର ପଏଣ୍ଟ ପାର କରିଯାଇଥିଲା । ଆଜି ମଧ୍ୟ ଏହା ରେକର୍ଡ ସ୍ତରର ପାଖାପାଖି କାରବାର କରୁଛି । ୭୬.୯୬୭.୭୩ ଉପରେ ଆଜି ସେନ୍ସେକ୍ସ କାରବାର କରିଛି । ଶେୟାର ଭାରତୀୟ ଷ୍ଟକ ମାର୍କେଟ ଆଜି କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଛି । ଆଇଟି ଇଣ୍ଡେକ୍ସରେ ଆଜି ମଧ୍ୟ ବଜାରକୁ ସମର୍ଥନ ମିଳିଛି । ବଜାର ଖୋଲିବା ମାତ୍ରେ ଆଇଟି ଇଣ୍ଡେକ୍ସରେ ୪୦୦ ପଏଣ୍ଟ ବୃଦ୍ଧି ହୋଇଥିଲା । ବ୍ୟାଙ୍କ ନିଫ୍ଟି ମଧ୍ୟ ଅଭିବୃଦ୍ଧିର ସବୁଜ ଚିହ୍ନରେ ରହିଛି । ଆଜି ତେଲ ଏବଂ ଗ୍ୟାସ ଷ୍ଟକ୍ରେ ବୃଦ୍ଧି ଘଟିଛି ଏବଂ ନିଫ୍ଟି ରିଅଲିଟି ଇଣ୍ଡେକ୍ସରେ ହ୍ରାସ ଘଟିଛି । ଆଦାନୀ ଗ୍ରୁପର ଶେୟାରରେ ବୃଦ୍ଧି ଜାରି ରହିଛି । ୨୨୨.୫୨ ପଏଣ୍ଟ ବା ୦.୨୯ ପ୍ରତିଶତ ବୃଦ୍ଧି ସହିତ ବିଏସ୍ଇ ସେନସେକ୍ସ ୭୬,୬୭୯ ସ୍ତରରେ ଖୋଲିଛି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post