ନିବେଶ ପାଇବାରେ ଓଡ଼ିଶା ନଂ.୧

୨୦୨୩ରେ ଓଡ଼ିଶା ୨,୧୦,୮୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିଲା। ସାରା ଦେଶରେ ଏହି ସମୟରେ ୧୨୬୭ଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ତାହା ଦୁଇ ପଞ୍ଚାମାଂଶ ଭାଗ ଓଡ଼ିଶାକୁ ମିଳିଥିଲା। ଗୁଜରାଟକୁ ୬୨,୫୩୫ କୋଟି ଟଙ୍କା, ମହାରାଷ୍ଟ୍ରକୁ ୫୯,୫୫୧ କୋଟି ଟଙ୍କା ଏବଂ ମଧ୍ୟପ୍ରଦେଶକୁ ୨୨,୧୬୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି। ସେହିପରି, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଯଥାକ୍ରମେ ୧୩,୨୪୨ କୋଟି ଟଙ୍କା ଏବଂ ୧୨,୨୩୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା। ୨୦୨୩ର ଡିସେମ୍ବର ମାସରେ ୧୨,୨୭୪ କୋଟି ଟଙ୍କାର ୯୨ଟି ଶିଳ୍ପ ନିବେଶ ବୁଝାମଣା ହୋଇଥିଲା। ସେଥିରୁ ଗୁଜରାଟକୁ ୫୦୮୧ କୋଟି ଟଙ୍କା, ଓଡ଼ିଶାକୁ ୧,୨୮୫ କୋଟି ଟଙ୍କା ଏବଂ ମହାରାଷ୍ଟ୍ରକୁ ୧୧୪୫ କୋଟି ଟଙ୍କାର ପ୍ରସ୍ତାବ ମିଳିଥିଲା। ରସାୟନ, ଧାତବ ଓ ଇଲେକ୍ଟ୍ରିକାଲ ଉପକରଣ ଶିଳ୍ପକୁ ଅଧିକ ନିବେଶ ପ୍ରସ୍ତାବ ଆସିଥିଲା। ରସାୟନ କ୍ଷେତ୍ରକୁ ୩୦୩୨ କୋଟି ଟଙ୍କା, ଧାତବ ଶିଳ୍ପକୁ ୧୮୫୩ କୋଟି ଟଙ୍କା ଓ ଇଲେକ୍ଟ୍ରିକାଲ୍ ଉପକରଣ କ୍ଷେତ୍ରକୁ ୧୮୪୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ୨୦୨‌୩ରେ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ‌୫,୩୦,୨୯୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତାହା ୨୦୨୨ର ୩,୬୭,୧୭୪ ନିବେଶ ସୁଯୋଗ ତୁଳନାରେ ୪୪.୪ ପ୍ରତିଶତ ଅଧିକ